ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର ଧାୱନ ତାଙ୍କ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କୁ ଅଭିନେତ୍ରୀ ହୁମା କୁରେଶି ଏବଂ ସୋନାକ୍ଷୀ ସିହ୍ନାଙ୍କ ସହ ଫିଲ୍ମ ‘ଡବଲ ଏକ୍ସଏଲ’ରେ ଦେଖିବାକୁ ମିଳିବ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ହୁମା କୁରେଶି ଏହା ପ୍ରକାଶ କରିଛନ୍ତି। ‘ଡବଲ ଏକ୍ସଏଲ’ ଫିଲ୍ମ ହେଉଛି ଦୁଇଟି ପ୍ଲସ ସାଇଜ ମହିଳାଙ୍କ କାହାଣୀ। ସେ କିପରି ନିଜ ସ୍ବପ୍ନକୁ ପୂରଣ କରିବାକୁ ଚେଷ୍ଟା କରନ୍ତି, ଏହି ଫିଲ୍ମରେ ମଧ୍ୟ ଦର୍ଶାଯାଇଛି। ‘ଡବଲ ଏକ୍ସଏଲ’ ନିର୍ଦ୍ଦେଶନା ଦେଇଛନ୍ତି ସତରାମ ରମଣି। ଏଥିରେ ମୁଖ୍ୟ ଅଭିନେତା ଭାବରେ ଶିଖର ଧାୱନଙ୍କୁ ଦେଖିବାକୁ ମିଳିବ ନାହିଁ।
ଧାୱନଙ୍କ ଅଧିନାୟିକତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦିନିକିଆ ସିରିଜ ବିଜୟୀ ହୋଇଛି। ଧାୱନ ଭାରତ ପାଇଁ ୩୪ଟି ଟେଷ୍ଟ ମ୍ୟାଚରେ ୨୩୧୫ ରନ ସଂଗ୍ରହ କରିଛନ୍ତି। ତାଙ୍କର ହାରାହାରି ୪୦.୬୧ ହୋଇଛି। ଟେଷ୍ଟରେ ତାଙ୍କ ନାମରେ ୭ ଶତକ ଏବଂ ପାଞ୍ଚ ଅର୍ଦ୍ଧଶତକ ଅଛି। ସେ ଦିନିକିଆରେ ୧୬୧ଟି ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ ହାରାହାରି ୪୫.୩୩ରେ ୬୬୬୪ ରନ ସ୍କୋର କରିଛନ୍ତି। ତାଙ୍କ ନାମରେ ୧୭ ଶତକ ଏବଂ ୩୮ ଅର୍ଦ୍ଧଶତକ ଅଛି। ୬୮ଟି ଟି-୨୦ରେ ଶିଖର ହାରାହାରି ୨୭.୨୯ରେ ୧୭୫୯ ରନ ସ୍କୋର କରିଥିଲେ।