ବାପା ହେଲେ ଟେଲିପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା

ବମ୍ବେ: ବାପା ହେଲେ ଟେଲି ପରଦାର ଲୋକପ୍ରିୟ ଧାରାବାହିକ ‘କୁଣ୍ଡଲୀ ଭାଗ୍ୟ’ ଫେମ୍‌ ଧୀରଜ ଧୁପର। ତାଙ୍କ ପତ୍ନୀ ବିନ୍ନି ଅରୋରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତା ଇନ୍‌ଷ୍ଟାଗ୍ରାମ ଜରିଆରେ ପ୍ରଶଂସକଙ୍କ ସହ ଖୁସିଖବର ବାଣ୍ଟିଛନ୍ତି। ଏହାପରଠାରୁ ସାଥୀ କଳାକାର ସାଙ୍ଗଙ୍କୁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ତେବେ ଧୀରଜ ଏବଂ ବିନ୍ନି ପରସ୍ପରକୁ ୨୦୦୯ରେ ଏକ ଶୋ’ର ଶୁଟିଂ ସେଟ୍‌ରେ ଭେଟିଥିଲେ। ଏହାପରେ ସେମାନେ ବନ୍ଧୁ ପାଲଟିଥିଲେ। ଦୀର୍ଘ ୬ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୨୦୧୬ରେ ବିବାହ କରିଥିଲେ। ଚଳିତ ବର୍ଷ ଏପ୍ରିଲରେ ମାତାପିତା ହେବାକୁ ଯାଉଥିବା ନେଇ ଜଣାଇଥିଲେ। ସେବେଠାରୁ ବେବି ସାଓ୍ବାରରୁ ଆରମ୍ଭ କରି ମାର୍ଟରନିଟି ଫଟୋଶୁଟ୍‌ କରି ଅନେକ ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଥିଲେ।

Share