ଅଧାରୁ ‘ଝଲକ୍‌ ଦିଖ୍‌ଲା ଜା’ ଛାଡ଼ିଲେ ଏହି ଅଭିନେତା; ହଠାତ ନିଷ୍ପତ୍ତି ନେଇ ଚମକାଇଲେ

ବମ୍ବେ: ‘ଝଲକ୍‌ ଦିଖ୍‌ଲା ଜା’ ଛାଡ଼ିବେ ଟେଲି ଅଭିନେତା ଧୀରଜ ଧୁପର। ତିନି ସପ୍ତାହ ପୂର୍ବେ ଶୋ’ ଟେଲିକାଷ୍ଟ ହୋଇଥିଲା। ଏଥିରେ ଜଣେ ପ୍ରମୁଖ ଦାବିଦାର ଭାବେ ଅଭିନେତା ନଜର ଆସୁଥିଲେ। ହେଲେ ହଠାତ ସେ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଶୋ’କୁ ଅଲ୍‌ବିଦା କହିଛନ୍ତି।

ପୂର୍ବରୁ ଧୀରଜ ଜି ଟିଭିରେ ପ୍ରସାରିତ ହେଉଥିବା ଧାରାବାହିକ ‘କୁଣ୍ଡଲୀ ଭାଗ୍ୟ’ ଛାଡ଼ିବାକୁ ନେଇ ଚର୍ଚ୍ଚାରେ ଥିଲେ। ପାଞ୍ଚ ବର୍ଷ ଧରି ସେ ଏହି ଧାରାବାହିକ ସହ ଜଡ଼ିତ ଥିଲେ। ଏବେ କିନ୍ତୁ ଧୀରଜ ସୌରଭ ଚୌଧୁରୀଙ୍କ ଧାରାବାହିକ ‘ଶେରଦିଲ୍‌ ଶେରଗିଲ୍‌’ରେ କାମ କରିବାକୁ ଚୁକ୍ତି କରିଛନ୍ତି। କଲର୍ସରେ ଏହା ପ୍ରସାରିତ ହେବ। ଏଥିରେ ତାଙ୍କ ସହ ଅଭିନେତ୍ରୀ ସୁରଭି ଚନ୍ଦନା ନଜର ଆସିବେ। ସେପ୍ଟେମ୍ବର ୨୬ରୁ ଶୋ’ ଅନ୍‌ ଏୟାର ହେବ।

Share