Categories: ଖେଳ

ବିସିସିଆଇ ଲେଭଲ-୨ ଅମ୍ପାୟରିଂ ପରୀକ୍ଷାରେ ଧିରଜ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୭।୭ (ତପନ ସ୍ବାଇଁ): ରାଜ୍ୟର ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଧୀରଜ ସିଂ ସଫଳତାର ସହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଲେଭଲ-୨ ଅମ୍ପାୟରିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୧୫୦ରୁ ସେ ୧୨୧ ନମ୍ବର ରଖିଥିଲେ। ପୂରା ଦେଶରୁ ମୋଟ ୧୧୦ ଜଣ ପୂର୍ବତନ ଖେଳାଳି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୭ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ଓଡ଼ିଶାରୁ ଧୀରଜଙ୍କ ବ୍ୟତୀତ ପ୍ରୀତମଜିତ ଦାସ, ପାର୍ଥ ସାରଥି ସାମଲ ଓ ଜ୍ୟୋତି କମଲ ମଧ୍ୟ ଏହି ପରୀକ୍ଷା ଦେଇଥିଲେ। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସଦସ୍ୟମାନେ ଧୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share