ଢେଙ୍କାନାଳ: ୭ ଦିନରେ ୩ ମୃତ୍ୟୁ

ଢେଙ୍କାନାଳ ଅଫିସ, ୯ା୪: ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବା ଲାଗି ଏପ୍ରିଲ ପହିଲାରୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ’ ଅଭିଯାନ। ୭ଦିନରେ ଢେଙ୍କାନାଳ ଜିଲାର ପୃଥକ୍‌ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ଜଣଙ୍କ ମୃତ୍ୟୁ ଘଟିଛି। ବାଇକ୍‌ ଚଳାଇ ୧୦ ନାବାଳକ ଧରାପଡ଼ିଛନ୍ତି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ, ହେଲ୍‌ମେଟ ନ ପିନ୍ଧିବା, ସିଟ୍‌ ବେଲ୍ଡ ନ ବାନ୍ଧିବା ଆଦି ଅଭିଯୋଗରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୧,୦୨୫ ଜଣଙ୍କ ଚାଲାଣ କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟ ୮୨ ଲକ୍ଷ ୪୩ ହଜାର ୫୮୭ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଆରଟିଓ ପ୍ରଣୟ କୁମାର ମିଶ୍ର ସୂଚନା ଦେଇଛନ୍ତି।

Share