ଢେଙ୍କାନାଳ ଅଫିସ,୧୩ା୮: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ଡିଗ୍ରୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଚଳିତ ବର୍ଷ ମହାବିଦ୍ୟାଳୟର ବିଜ୍ଞାନ, ବାଣିଜ୍ୟ ଓ କଳାର ମୋଟ୍ ପାସ୍ ହାର ୭୮. ୬୭ ପ୍ରତିଶତ। ମୋଟ୍ ୪୨୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍ଗ୍ସନ ୨୧୬, ପ୍ରଥମ ଶ୍ରେଣୀରେ ୭୦ଜଣ, ଦିତୀୟ ଶ୍ରେଣୀ ଡିଷ୍ଟିଙ୍ଗସନ୍ ୧୨, ଦ୍ୱିତୀୟ ଶ୍ରେଣୀରେ ୩୪ ଜଣଙ୍କୁ ମିଶାଇ ମୋଟ୍ ୩୩୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପଦାର୍ଥ ବିଜ୍ଞାନ ଛାତ୍ର ସୁବାସ ଚନ୍ଦ୍ର ପଣ୍ଡା ଚଳିତ ବର୍ଷ ମହାବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍ ହୋଇଛନ୍ତି ବୋଲି ଅଧ୍ୟକ୍ଷ ରଣଜିତ୍ ପ୍ରଧାନ ସୂଚନା ଦେଇଛନ୍ତି।