୪ ପଦକ ଜିତିଲେ ଢେଙ୍କାନାଳ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ, ୧୪।୨: ମହାରାଷ୍ଟ୍ର ପୁଣେସ୍ଥିତ ନିୟୁ ପ୍ରଭୁ ଶ୍ରୀଲର୍ନ ପରିସରରେ ଆୟୋଜିତ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶା ଦଳରେ ପ୍ରତିନିଧିତ୍ୱ କରୁଥିବା ଢେଙ୍କାନାଳର ୩ ପ୍ରତିଯୋଗୀ ପଦକ ଜିତିଛନ୍ତି। ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଶୁଭ୍ରାଂଶୁ ସାହୁ ସ୍ବର୍ଣ୍ଣ, ଗୁରୁଦେବଜୀ ଗୁରୁକୁଳର ଯୁବରାଜ ସାହୁ ରୌପ୍ୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଯାଜ୍ଞାଶ୍ରୀ ଶତପଥୀ ୨ଟି ରୋପ୍ୟ ପଦକ ଜିତିଛନ୍ତି। ଓଡ଼ିଶା ଦଳ ସହିତ ଟିମ ମ୍ୟାନେଜର ରୁଦ୍ରନାରାୟଣ ଶତପଥୀ, ଝିଲ୍ଲୀରାଣୀ ସାହୁ ଏବଂ କୋଚ୍‌ ତଥା ଢେଙ୍କାନାଳ ଆମେଚର ଟାଏକୋଣ୍ଡୋ ଆସୋସିଏଶନ ସମ୍ପାଦକ ମାଷ୍ଟର ଇଂ. ସୌମ୍ୟବ୍ରତ ସାହୁ ପ୍ରମୁଖ ଯାଇଥିଲେ। ସୋମବାର ପଦକ ଜିତିଥିବା ପ୍ରତିଯୋଗୀ ଏବଂ କୋଚ୍‌ଙ୍କୁ ଜିଲାପାଳ ସରୋଜ କୁମାର ସେଠୀ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ।

Share