ଢେଙ୍କାନାଳ ଅଫିସ, ୨୧।୧: କଟକ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଓଡ଼ିଶା ଟାଏକୋଣ୍ଡୋ ଆସୋସିଏଶନ ପକ୍ଷରୁ ଆୟୋଜିତ ୩୫ତମ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳ ଜିଲାର ପ୍ରତିଯୋଗୀ। ପ୍ରତିଯୋଗିତାରେ ୬୭ ପ୍ରତିଯୋଗୀଙ୍କ ମଧ୍ୟରୁ ୨୧ ଜଣ ପଦକ ଜିତିବାରେ ସଫଳ ହୋଇଛନ୍ତି। ତନ୍ମଧ୍ୟରେ ୬ ସ୍ବର୍ଣ୍ଣ, ୫ ରୌପ୍ୟ, ୧୦ କାଂସ୍ୟ ରହିଛି।
ସିଲଭି ସାର୍ହି, ବିଜ୍ଞା ବୈଦନ୍ତିକା, ଶୁଚିସ୍ମିତା ବେହେରା, ମୁସ୍କାନ ମହାନ୍ତି, ବିଶ୍ୱଦର୍ଶିନୀ ବରାଳ, ପ୍ରତାପ ନାଏକ ସ୍ବର୍ଣ୍ଣ, ପ୍ରୀତିଲଗ୍ନା ଶତପଥୀ, ଇନ୍ଦ୍ରଜିତ ସାହୁ, ସୌମିକ ମହାନ୍ତି, ଦୁଃଖିଆ ମୁର୍ମୁ, ସାଇସୋହନ ପ୍ରସାଦ ମଲ୍ଲିକ ରୌପ୍ୟ, ଯାଜ୍ଞଶ୍ରୀ ଶତପଥୀ, ସାନ୍‌ଭି ରାଉତ, ଆଦ୍ୟାଶା ମିଶ୍ର, ଜୀବନଜ୍ୟୋତି ନାୟକ, ପ୍ରୀତିଶ ନାଏକ, ପ୍ରବୀଣ ମଲ୍ଲିକ, ଅନିଷା ପଟ୍ଟନାୟକ, ଆକାଂକ୍ଷା ଶତପଥୀ, ସାଇନା ସାର୍ହି, ଅନ୍ବେଷା ପାଣିଗ୍ରାହୀ କାଂସ୍ୟ ପଦକ ଜିତିଛନ୍ତି। ପଦକଧାରୀମାନେ ଫେବୃୟାରୀରେ ହେବାକୁଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ।
ସୂଚନାଯୋଗ୍ୟ, ଚଳିତମାସ ୧୩ରୁ ୧୫ ତାରିଖ ଯାଏ ସବ୍‌ଜୁନିୟର, କ୍ୟାଡେଟ, ଜୁନିୟର ଏବଂ ସିନିୟର ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ଟିମ୍‌ ସହ ମ୍ୟାନେଜର ଭାବେ ନର୍ମଦା ମହାପାତ୍ର, ସାହିର ମହମ୍ମଦ ଏବଂ କୋଚ୍‌ ଭାବେ ମାଷ୍ଟର ଇଂ. ସୌମ୍ୟବ୍ରତ ସାହୁ ସାମିଲ ହୋଇଥିଲେ। ଏଭଳି ସଫଳତାରେ ଜିଲାପାଳ ସରୋଜ କୁମାର ସେଠୀ, ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ ମହାନ୍ତି ସମସ୍ତ କ୍ରୀଡ଼ାବିତ୍‌ ଏବଂ କୋଚ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share