ଢିଙ୍କି ସାଜିଥିଲା ମହିଳାଙ୍କ ବ୍ୟାୟାମର ମାଧ୍ୟମ

ପଟ୍ଟାମୁଣ୍ଡାଇ, ୧୩ା୧୦(କଳ୍ପତରୁ ନାୟକ): ସମୟ ବଦଳିବା ସହିତ ମନୁଷ୍ୟ ମଧ୍ୟ ପରିବର୍ତ୍ତନ ହେଉଛି। ଆଧୁନିକତାର ଚାକଚକ୍ୟ ସମୟର ସ୍ପଳ୍ପତା ଭିତରେ ଆଜିର ମଣିଷ ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷକୁ ହଜେଇ ଦେଇ ଆଧୁନିକ ମେଶିନ୍‌ର ବ୍ୟବହାର ବହୁଳ ଭାବରେ ବଢ଼ି ଚାଲିଛି। ଆଗକାଳରେ ବ୍ୟବହାର କରାଯାଉଥିବା ଅନେକ ଜିନିଷ ଏବେ ଲୋପ ପାଇବାକୁ ବସିଲାଣି। ତା’ ଭିତରୁ ଢିଙ୍କି ଅନ୍ୟତମ । ଏକଦା ଢିଙ୍କି ଥିଲା ସବୁ ଗ୍ରାମରେ ଏକ ନିତ୍ୟ ବ୍ୟବହୃତ ପଦାର୍ଥ। ଧାନ ଓ ଚୁଡ଼ା କୁଟିବାଠାରୁ ଆରମ୍ଭ କରି ଢିଙ୍କି ସାହାଯ୍ୟରେ ସବୁ ପ୍ରକାରର ଚୁନା ପ୍ରସ୍ତୁତ କରାଯାଉଥିଲା। ଢିଙ୍କି ମହିଳାମାନଙ୍କ ବ୍ୟାୟାମର ଏକ ମାଧ୍ୟମ ପାଲଟିଥିଲା। ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଆମ ଚତୁଃପାଶର୍‌ବରୁ ଉଭେଇ ଗଲା। ଆଉ ତହିଁରେ ବ୍ୟବହୃତ ସରାଞ୍ଜମ ସଂଗ୍ରହାଳୟରେ ସ୍ଥାନ ନେଇ ଇତିହାସ ପାଲଟିଗଲା। ଆଗାମୀ ପିଢି ପାଇଁ ଏହା କେବଳ ଗୋଟିଏ କାହାଣୀ ହୋଇ ରହିଗଲା ବୋଲି ପୁରୁଖା ଲୋକେ କହିଛନ୍ତି।
ପଟ୍ଟାମୁଣ୍ଡାଇ ଜିଗରଣ ଗ୍ରାମର ବୃଦ୍ଧା ଦମୟନ୍ତୀ ବଳ କହିଛନ୍ତି, ପୂର୍ବ କାଳର ଓଡ଼ିଆ ଗ୍ରାମୀଣ ଘରକରଣା ଜିନିଷ ସବୁ ଆଉ ଦେଖିବାକୁ ମିଳୁନାହିଁ। ଆଗକାଳରେ ଢିଙ୍କିର ବହୁଳ ବ୍ୟବହାର ହେଉଥିଲା। ଓଷାବାରରେ ଭୋଗ ପ୍ରସ୍ତୁତି ନିମନ୍ତେ ଘରେ ଢିଙ୍କିକୁ ପୂଜା କରାଯାଇ ପ୍ରଥମେ ଧାନରୁ ଅରୁଆ ଚାଉଳ ପରେ ଅରୁଆ ଚାଉଳକୁ ଭିଜାଇ ଢିଙ୍କିରେ ଚୁନା କରାଯାଇ ଭୋଗ ପ୍ରସ୍ତୁତ କରାଯାଉଥିଲା। ସେ ଭୋଗର ସ୍ବାଦ କିଛି ନିଆରା ଥିଲା । ବର୍ତ୍ତମାନ ସେ ଯୁଗ ଗଲା କଳ ଯୁଗ ଆସିଲା। ସେଥିରୁ ତିଆରି କରାଯାଉଥିବା ଖାଦ୍ୟର ସ୍ବାଦ ରହୁନାହିଁ। ଦକ୍ଷିଣଦିଆ ଗାଁର ଗୀତାଞ୍ଜଳି ଦାଶ କହିଛନ୍ତି, ବିଶେଷ କରି ପୂର୍ବକାଳରେ ଘରେ ଘରେ ଧାନରୁ ଚାଉଳ ପ୍ରସ୍ତୁତ କରିବା ପାଇଁ ଢିଙ୍କିର ଅଧିକ ଆବଶ୍ୟକତା ଥିଲା। ଧାନକଳରେ କୁଟା ଯାଉଥିବା ଚାଉଳରେ ସେ ସବୁ ସ୍ବାଦ କିଛି ପରିମାଣରେ ରହୁଥିବା ବେଳେ ଏବେ ମିଲରୁ ଆସୁଥିବା ପଲିସ୍‌ ଚାଉଳରୁ ପ୍ରସ୍ତୁତ ଚାଉଳରେ ଆଉ ସ୍ବାଦ ରହୁନାହିଁ। ୪ ଦଶନ୍ଦି ପୂର୍ବରୁ ଢିଙ୍କି ବ୍ୟବହାର କମି ଧାନକଳ ଆସିଲା। ଧୀରେ ଧୀରେ ଧାନକଳ ଗାଁ ଗହଳିରେ କୁଟୀର ଶିଳ୍ପ ଭାବେ ହୋଇ ଚାଲିଲା। ଲୋକଙ୍କୁ ଧାନରୁ ଚାଉଳ କରିବାକୁ ଅଧିକ ସମୟ ଅପଚୟ ଓ ପରିଶ୍ରମ କରିବାକୁ ପଡ଼ିଲା ନାହିଁ। ଧାନକଳରେ ଧାନ କୁଟିବା ଶିଖିଲା ପରେ ଲୋକେ ଢିଙ୍କିର ବ୍ୟବହାର ବନ୍ଦ କରିବାରୁ ତାହା ଏବେ ଲୋପ ପାଇବାକୁ ବସିଲାଣି। ସୁଷମା ମହାନ୍ତି କହିଛନ୍ତି, ଗାଁରେ ବସବାସ କରୁଥିବା ମହିଳାମାନେ ପ୍ରଥମେ ଚୁଲିରେ ଧାନ ଉସାଇଁ ତାକୁ ଖରାରେ ଶୁଖାଇବା ପରେ ଢିଙ୍କିରେ କୁଟୁଥିଲେ। ଏହାଦ୍ୱାରା ସେମାନଙ୍କ ଶାରୀରିକ ବ୍ୟାୟାମରେ ସାହାଯ୍ୟ କରୁଥିଲା। ଢିଙ୍କିରେ କେବଳ ଧାନରୁ ଚାଉଳ କୁଟା ହେଉଥିଲା ତାହା ନୁହେଁ, ଢିଙ୍କିରେ ଧାନ ଓ ଚୁଡ଼ା କୁଟିବାଠାରୁ ଆରମ୍ଭ କରି ସବୁ ପ୍ରକାରର ଚୁନା ପ୍ରସ୍ତୁତ ହେଉଥିଲା। ଚାଉଳ ଚୁନାରେ ନାନାଦି ପ୍ରକାର ପିଠାପଣା ଭଳିି ଅନେକ ବ୍ୟଞ୍ଜନ ତିଆରି କରାଯାଉଥିଲା। ଢିଙ୍କି ଦେ ଧମସାଇଲୋ ସମା କୁଟଇ ଧାନ, ଭଳି ବିଭିନ୍ନ ଗୀତ ଏବଂ ଢିଙ୍କି କୁଟା ଢକ ଢକ ଶବ୍ଦ ଆଉ ଶୁଣିବାକୁ ମିଲୁନାହିଁ। ଢିଙ୍କି ଗୋଡ଼ ସାହାଯ୍ୟରେ ଓ ଆଉ ଗୋଟିଏ ହାତ ସାହାଯ୍ୟରେ କୁଟାଯାଉଥିଲା। ହାତରେ କୁଟା ଯାଉଥିବା ସରାମ କଡୁ ବା ପାହୁରାଣି ନାମରେ ଜଣାଶୁଣା। ପରିବର୍ତ୍ତନଶୀଳ ଦୁନିଆରେ ଆବଶ୍ୟକତା ଅନୁସାରେ ଚାହିଦା ପୂରଣ ନ କରି ପାରିବା, ଶ୍ରମ ଦାନର ଅଭାବ ଓ ଅଳସୁଆମି ପଣ ଯୋଗୁ ସଂସାରରୁ ଅନେକ ଜିନିଷ ହଜିଯିବାକୁ ବସିଲାଣି। ଗାଁ ଗହଳିର ଓ ପରିବାର ପାଖରେ ଏହି ଢିଙ୍କି ରହି ଯାଇଥିବା ବେଳେ ଆଗାମୀ ଦିନରେ କେବଳ ଫଟୋ ଚିତ୍ରରେ ହିଁ ଦେଖିବାକୁ ମିଳିବ ବୋଲି ବହୁ ପୁରୁଖା ଲୋକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖସୁଛି ପାରଦ, ଥରାଇବ ଶୀତ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା):ଗତ କିଛିଦିନ ଧରି ସାରା ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହୁଥିବାବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଖସିଛି। ଅନ୍ୟଜିଲାଗୁଡ଼ିରେ ତାପମାତ୍ରାରେ...

ଦିଲ୍ଲୀରେ ବଢୁଛି କନ୍ଧମାଳ ତେନ୍ତୁଳିର କ୍ରେଜ୍‌: ଏତିକି ଟଙ୍କାରେ ହେଉଛି ବିକ୍ରି

ଦାରିଙ୍ଗବାଡି, ୧୬।୧୦(ଅରୁଣ ସାହୁ): ଦିଲ୍ଲୀ ପ୍ରଗତି ମୈଦାନରେ ଚାଲିଥିବା ବାଣିଜ୍ୟ ମେଳାରେ ଓଡିଶାରୁ ପ୍ରାୟ ୪୦ଟି ଷ୍ଟଲ ପଡିଛି। ସେଥିମଧ୍ୟରେ ମିଶନ ଶକ୍ତି ପକ୍ଷରୁ ପାରମ୍ପରିକ...

ରାଗରେ ନିଆଁବାଣ ହୋଇଗଲେ ମୁଖ୍ୟମନ୍ତ୍ରୀ: ଶେଷରେ ଚାଲିକି ଗଲେ…

କଟକ,୧୬।୧୧: ବାଲିଯାତ୍ରା ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ଅତିଥି ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌ରୁ...

ଦାରିଙ୍ଗବାଡିରେ ତାପମାତ୍ରା କମିଲା, ସର୍ବନିମ୍ନ ୧୨.୫ ଡିଗ୍ରୀ

ଦାରିଙ୍ଗବାଡି, ୧୬।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରୁ ତାପମାତ୍ରା ହ୍ରାସ ଘଟିଛି। ଶନିବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା...

ପେସା ଆଇନ କ’ଣ? ଯାହାକୁ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୬ା୧୧ (ଅନିଲ ଦାସ):ପଞ୍ଚାୟତ ଏକ୍ସଟେନଶନ ଟୁ ସିଡ୍ୟୁଲ ଏରିଆଜ୍‌ (ପେସା) ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନିଆଯିବ। ଏଥିସହିତ ରାଜ୍ୟ ସରକାର ସଚେତନତା...

ହଟିଲା କଟକଣା: ଆଜିଠୁ ଚାରିଦ୍ୱାର ଖୋଲା

ପୁରୀ,୧୬ା୧୧(ଅଜିତ୍‌ କୁମାର ମହାନ୍ତି):ଭକ୍ତଙ୍କ ନିମନ୍ତେ ଖୁସି ଖବର। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଶୁକ୍ରବାର ହଟାଇ ନିଆଯାଇଛି। ଶନିବାରଠାରୁ...

ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ*

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର ।...

ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର ।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri