ଧୀରେନ ବିୱାଇଜେଡି ବାଲେଶ୍ୱର ଜୋନ୍‌ ଗଣମାଧ୍ୟମ ସାଧାରଣ ସମ୍ପାଦକ

ବାଲେଶ୍ୱର ଅଫିସ, ୧।୯: ବିଜୁ ଯୁବ ଜନତା ଦଳ (ବିୱାଇଜେଡି) ପକ୍ଷରୁ ବାଲେଶ୍ୱର ଜୋନ୍‌ର ବିଭିନ୍ନ ପଦପଦବୀ ପାଇଁ ସାଙ୍ଗଠନିକ ଭାବେ ଘୋଷଣା କରାଯାଇଛି। ଗଣମାଧ୍ୟମ ସାଧାରଣ ସମ୍ପାଦକ ଭାବେ ଧୀରେନ ନାୟକଙ୍କ ନାମ ବିଜେଡିର ବାଲେଶ୍ୱର ଜୋନ ସଭାପତି ଜୟରାମ ଦାସ ସୁପାରିଶ କରିଥିଲେ। ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ ମୋହର ମାରିଛନ୍ତି। ସେହିପରି ଦଳର ବାଲେଶ୍ୱର ଜୋନ୍‌ କମିଟି ଉପସଭାପତି ଭାବେ ୫, ସାଧାରଣ ସମ୍ପାଦକ ୧୧, ସମ୍ପାଦକ ୧୧ ଏବଂ ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ୨ଜଣ ମନୋନୀତ ହୋଇଛନ୍ତି।

ଏହି ଅବସରରେ ଆୟୋଜିତ ବନ୍ଧୁମିଳନରେ ଗଣମାଧ୍ୟମ ସାଧାରଣ ସମ୍ପାଦକ ନାୟକ ଦଳ ତାଙ୍କ ଉପରେ ବିଶ୍ୱାସ ରଖି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି। ଏଥିସହିତ ସେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ, ଶିଳ୍ପମନ୍ତ୍ରୀ ତଥା ବାଲେଶ୍ୱର ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ, ରାଜ୍ୟସଭା ଏମ୍‌ପି ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟ ସାଧାରଣ ସମ୍ପାଦକ ତଥା ଯୁବଛାତ୍ର ବ୍ୟାପାର ପ୍ରଣବ ବଳବନ୍ତରାୟ, ପର୍ଯ୍ୟଟନମନ୍ତ୍ରୀ ଅଶ୍ୱିନୀ ପାତ୍ର, ବାଲେଶ୍ୱର ବିଧାୟକ ସ୍ବରୂପ କୁମାର କୁମାର ଦାସ, ବିଜେଡି ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।