କେନ୍ଦ୍ରାପଡ଼ା ବିଜେଡି ଜିଲା ସଭାପତି ହେଲେ ଧୀରେନ ସାହୁ

ଭୁବନେଶ୍ୱର,୨୦ା୨(ଅନିଲ ଦାସ)-ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଧୀରେନ କୁମାର ସାହୁଙ୍କୁ କେନ୍ଦ୍ରାପଡ଼ା ବିଜୁ ଜନତା ଦଳ ଜିଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ମଙ୍ଗଳବାର ବିଜେଡି ପକ୍ଷରୁ ଜାରି ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି। ଅନ୍ୟପକ୍ଷରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଚିତ୍ତରଞ୍ଜନ ଦାସଙ୍କୁ ବିଜେଡିରୁ ନିଲମ୍ବନ କରିଛନ୍ତି।

Share