ମୁମ୍ବାଇ,୭ା୪ : ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଟିପ୍ସ ଯୋଗୁ ମୋ ବୋଲିଂ ଆହୁରି ଘାତକ ହୋଇପାରିଛି ବୋଲି କହିଛନ୍ତି ବାମହାତୀ ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ। ଗତ ଆଇପିଏଲରେ ଅନ୍ୟ ବୋଲରଙ୍କ ତୁଳନାରେ ସର୍ବାଧିକ ୭୧ଟି ୟର୍କର ମାରି ଚର୍ଚ୍ଚାକୁ ଆସିଥିଲେ ୩୦ ବର୍ଷୀୟ ନଟରାଜନ। ମାତ୍ର ୮ ମାସ ମଧ୍ୟରେ ପ୍ରତ୍ୟେକ ଫର୍ମାଟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିସାରିଥିବା ନଟରାଜନ ପୁଣି ଥରେ ସନରାଇଜର୍ସ ହାଇଦ୍ରାବାଦ ଦଳର ବୋଲିଂ ବିଭାଗର ମଙ୍ଗ ସମ୍ଭାଳିବାକୁ ପ୍ରସ୍ତୁତ ହେଉଛନ୍ତି।
ଧୋନୀଙ୍କ ଭଳି କିମ୍ବଦନ୍ତୀଙ୍କ ସହ କଥା ହେବା ଏକ ବଡ଼ କଥା। ସେ ଫିଟ୍ନେସ ସମ୍ପର୍କରେ ବୁଝାଇବା ସହିତ ମୋତେ ଉତ୍ସାହିତ କରିଥିଲେ। ଆଉ ଅଭିଜ୍ଞତା ସହ ବୋଲିଂରେ ସୁଧାର ଆସିବ। ଧିମା ବାଉନ୍ସର ଓ କଟର ଭଳି ଭାରିଏଶନର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହା ମୋ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି ନଟରାଜନ କହିଛନ୍ତି।