Categories: ଖେଳ

ଲାଇଭ୍‌ ଆସି ଏହି ଘୋଷଣା କଲେ ଧୋନୀ

ନୂଆଦିଲ୍ଲୀ,୨୫।୯: ଭାରତର କିମ୍ବଦନ୍ତୀ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀ ରବିବାର ଭାରତରେ ପୁନର୍ବାର ଓରିଓ ବିସ୍କୁଟ ଲଞ୍ଚ୍‌ କରିଛନ୍ତି। ସେ ଲାଇଭ୍‌ ଆସି ଏହି ବିଷୟରେ ସୂଚନା ଦେଇଛନ୍ତି। ଧୋନୀ କହିଛନ୍ତି, ୨୦୧୧ରେ ଏହି ବିସ୍କୁଟ ଭାରତକୁ ଆସିଥିଲା ଏବଂ ଭାରତ ବିଶ୍ୱକପ ଜିତିଥିଲା। ଏବେ ପୁଣି ଥରେ ଏହା ଭାରତରେ ଲଞ୍ଚ୍‌ ହୋଇଛି ଏବଂ ଏହି କାରଣରୁ ଏଥର ବିଶ୍ୱକପ ମଧ୍ୟ ଭାରତ ଆସିବ। ୨୦୧୧ ବିଶ୍ୱକପ୍‌ବେଳେ ଧୋନୀ ଯାହା ହେୟାର ଷ୍ଟାଇଲ ରଖିଥିଲେ ତାହା ସମାନ ରଖିଛନ୍ତି।
ଧୋନୀ ଶନିବାର ତାଙ୍କ ସୋସିଆଲ ମିଡିଆ ପେଜ୍‌ରେ କହିଥିଲେ ଯେ, ସେ ୨୫ ସେପ୍ଟେମ୍ବରରେ ଲାଇଭ ଆସିବେ। ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ପ୍ରଶଂସକମାନେ ଭାବିଥିଲେ ୪୧ ବର୍ଷୀୟ ଧୋନୀ ବୋଧହୁଏ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେବେ। କିନ୍ତୁ ତାହା ଘଟି ନ ଥିଲା।

Share