Posted inଖେଳ

ବଡ଼ ରେକର୍ଡ କଲେ ଧୋନୀ: ବିଶ୍ୱର ପ୍ରଥମ ଖେଳାଳି ଭାବେ IPLରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୫ LSG ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ଅଧିନାୟକ ମହେନ୍ଦ ସିଂ ଧୋନୀ ଏକ ବଡ଼ ରେକର୍ଡ କରିଛନ୍ତି। କେବଳ ଏତିକି ନୁହେଁ, ଧୋନୀ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ବିଶ୍ୱର କୌଣସି ଖେଳାଳି ପୂର୍ବରୁ IPLରେ ହାସଲ କରିପାରି ନାହାଁନ୍ତି। ଧୋନୀ ଏବେ ଆଇପିଏଲରେ ୨୦୦ ଡିସମିସାଲ କରିବାରେ ପ୍ରଥମ ଖେଳାଳି ହୋଇସାରିଛନ୍ତି।

ମହେନ୍ଦ୍ର ସିଂହ ଧୋନି ଏପର୍ଯ୍ୟନ୍ତ IPLରେ ୧୫୪ଟି କ୍ୟାଚ ନେଇଛନ୍ତି ଏବଂ ଏହି ସମୟ ମଧ୍ୟରେ ୪୬ଟି ଷ୍ଟମ୍ପିଂ ମଧ୍ୟ କରିଛନ୍ତି। ଧୋନୀ ଆଇପିଏଲରେ ଫିଲ୍ଡର ଭାବରେ ଚାରୋଟି କ୍ୟାଚ ମଧ୍ୟ ନେଇଛନ୍ତି। ଏସବୁକୁ ମିଶାଇଲେ ତେବେ ଏହି ସଂଖ୍ୟା ୨୦୦ରେ ହେବ। ଧୋନୀ ଏପର୍ଯ୍ୟନ୍ତ IPL ରେ ୨୭୧ଟି ମ୍ୟାଚ ଖେଳିଛନ୍ତି। ରବିନ୍ଦ୍ର ଜାଡେଜାଙ୍କ ବୋଲିଂରେ LSG ବ୍ୟାଟସମ୍ୟାନ ଆୟୁଷ ବାଡୋନିଙ୍କୁ ଷ୍ଟମ୍ପ ଆଉଟ କରିବା ମାତ୍ରେ ଧୋନୀ ଏହି ସଂଖ୍ୟାରେ ପହଞ୍ଚିଥିଲେ।

ଏହା ଆଇପିଏଲରେ ରବିନ୍ଦ୍ର ଜାଡେଜାଙ୍କ ବଲରେ ଧୋନିଙ୍କର ନବମ ଷ୍ଟମ୍ପିଂ। ଆଇପିଏଲରେ ଏପର୍ଯ୍ୟନ୍ତ କେବଳ ତିନି ଜଣ ଉଇକେଟକିପର ଏବଂ ବୋଲର ଯୋଡ଼ି ନଅ ଥର ଏହି କାମ କରିଛନ୍ତି। ଅମିତ ମିଶ୍ରଙ୍କ ବୋଲିଂରେ ଦିନେଶ କାର୍ତ୍ତିକ ୯ଟି ଷ୍ଟମ୍ପିଂ କରିଥିବା ବେଳେ ପ୍ରଜ୍ଞାନ ଓଝାଙ୍କ ବୋଲିଂରେ ଆଦାମ ଗିଲକ୍ରିଷ୍ଟ ୯ଟି ଷ୍ଟମ୍ପିଂ କରିଛନ୍ତି। ଏବେ ଧୋନୀ ତାଙ୍କ ସମକକ୍ଷ ହୋଇଛନ୍ତି। ଯଦି ଜାଡେଜା ଏବଂ ଧୋନୀ ଏହି ସିଜନରେ ଆଉ ଥରେ ଏହା କରନ୍ତି, ତେବେ ସେମାନେ ପୁଣି ଥରେ ଏକ ନମ୍ବରରେ ପହଞ୍ଚିବେ। ଧୋନୀ ଅଶ୍ୱିନଙ୍କ ବଲ୍‌ରେ ୮ ଥର ଷ୍ଟମ୍ପିଂ କରିଛନ୍ତି। ରବିନ୍ଦ୍ର ଜାଡେଜାଙ୍କୁ ନଅ ଥର ଷ୍ଟମ୍ପିଂ କରିବା ବ୍ୟତୀତ, ଏମଏସ ଧୋନୀ ୧୦ଟି କ୍ୟାଚ ମଧ୍ୟ ନେଇଛନ୍ତି। ଅର୍ଥାତ୍‌ ମୋଟ ସଂଖ୍ୟା ୧୯ରେ ପହଞ୍ଚିଛି। ଏହି ମାମଲାରେ ରିଷଭ ପନ୍ତ ଏବଂ କାଗିସୋ ରାବାଡା ଏକ ନମ୍ବରରେ ଅଛନ୍ତି। ଏହି ଦୁଇଜଣଙ୍କ ଯୋଡ଼ି ଷ୍ଟମ୍ପିଂ ଏବଂ କ୍ୟାଚ କରି ୨୦ଟି ଉଇକେଟ ନେଇଛନ୍ତି।

ଏଥର ଚେନ୍ନାଇ ସୁପର କିଙ୍ଗ୍ସର ଅବସ୍ଥା ଶୋଚନୀୟ ରହିଛି। ଦଳ ପରାଜୟ ପରେ ପରାଜୟର ସମ୍ମୁଖୀନ ହୋଇଛି। LSG ମ୍ୟାଚ ପୂର୍ବରୁ, CSK ଏହାର ଛଅଟି ମ୍ୟାଚ ମଧ୍ୟରୁ କେବଳ ଗୋଟିଏ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri