Categories: ଖେଳ

ଚେନ୍ନାଇ ସୁପର କିଙ୍ଗ୍ସ ସବୁଠାରୁ ଲୋକପ୍ରିୟ ଦଳ

ନୂଆଦିଲ୍ଲୀ, ୧୯।୬: ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ଅନ୍ୟତମ ସଫଳ ଦଳ। ଏହା ବ୍ୟତୀତ ଏହି ଟିମ୍‌ର ଫ୍ୟାନ ଫଲୋଇଙ୍ଗ୍‌ ମଧ୍ୟ ଅଧିକ। ଚେନ୍ନାଇ ସୁପର କିଙ୍ଗ୍ସର ସମଗ୍ର ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି ।ଏଥି ସହିତ, ବର୍ତ୍ତମାନ ଏହି ଦଳ ଇନଷ୍ଟାଗ୍ରାମରେ ମେ’ ମାସର ସବୁଠାରୁ ଲୋକପ୍ରିୟ ଦଳ ହୋଇପାରିଛି। ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟାନ୍ସ, ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ଭଳି ଆଇପିଏଲ ଦଳ ମଧ୍ୟ ଲୋକପ୍ରିୟ ତାଲିକାରେ ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସର ଇନଷ୍ଟାଗ୍ରାମରେ ୩୭୭ ନିୟୁତ ଫଲୋର୍ସ ଅଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ତାଲିକାର ଶୀର୍ଷରେ ରହିଛି। ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ ସ୍ଥାନରେ ରହିଛି। ମୁମ୍ବାଇ ଇଣ୍ଡିଆନ୍ସର ୨୪୩ ନିୟୁତ ଫଲୋର୍ସ ଅଛନ୍ତି। ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍‌ ଗୁଜରାଟ ଟାଇଟାନ୍ସ ସପ୍ତମ ସ୍ଥାନରେ ରହିଛି। ଗୁଜରାଟ ଟାଇଟାନ୍ସର ୧୧୬ ନିୟୁତ, ସଞ୍ଜୁ ସାମସନ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ୪୩.୭ ନିୟୁତ ସହିତ ୧୫ ନମ୍ବରରେ ଅଛି। ଏହା ବ୍ୟତୀତ କୋଲକାତା ନାଇଟ ରାଇଡର୍ସ ୧୮ ନମ୍ବରରେ ଅଛ। କୋଲକାତା ନାଇଟ ରାଇଡର୍ସର୩୮.୩ ନିୟୁତ ଫଲୋର୍ସ ଅଛନ୍ତି।

Share