ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ଖୁବ ଶୀଘ୍ର ଟିମ ଇଣ୍ଡିଆରେ ନଜର ଆସିବେ। କିନ୍ତୁ ଏଥର ପଡିଆରେ ନୁହେଁ, ସେ ଟି-୨୦ ବିଶ୍ୱକପରେ ମେଣ୍ଟର ଭାବରେ ଦଳକୁ ସମର୍ଥନ କରିବେ। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଧୋନୀ ଟିମ ଇଣ୍ଡିଆର ମେଣ୍ଟର ଭାବରେ ମନୋନୀତ ହୋଇଛନ୍ତି। ତେବେ ଧୋନୀଙ୍କୁ ନେଇ ବିବାଦ ମଧ୍ୟ ଦେଖାଦେଇଛି। ସେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଅଧିନାୟକ ଅଛନ୍ତି ଏବଂ ଏଭଳି ପରିସ୍ଥିତିରେ ତାଙ୍କୁ ମେଣ୍ଟର କରାଯିବା ନେଇ ବିସିସିଆଇରେ ଏକ ଅଭିଯୋଗ ଦାଖଲ କରାଯାଇଛି।
ଗତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଏବେ ଆଇପିଏଲ୍ ଖେଳୁଛନ୍ତି। ଧୋନୀଙ୍କ ବିଷୟରେ ସମସ୍ତେ ଜାଣନ୍ତି, କିନ୍ତୁ ଖୁବ କମ ଲୋକ ଜାଣିଥିବେ ଯେ, ସେ ସାଙ୍ଗମାନଙ୍କ ସହିତ ରାତ୍ରୀ ଭୋଜନ କରିବାକୁ ଗଲାବେଳେ ଫୋନ ନେଇ ଯାଆନ୍ତି ନାହିଁ। ତାଙ୍କର ଜଣେ ବନ୍ଧୁ କୁହନ୍ତି ଯେ, ଧୋନୀ ଡିନର୍ ପାଇଁ ଗଲା ବେେଳେ ଫୋନକୁ ହୋଟେଲରେ ଛାଡିକି ଆସନ୍ତି। ସେ ଅଢେଇ ଘଣ୍ଟା ଧରି ତାଙ୍କ ସହିତ ଫୋନ ପାଖରେ ରଖନ୍ତି ନାହିଁ। ଏହାର କାରଣ ହେଉଛି ସେ ବନ୍ଧୁଙ୍କ ସହ ଥିଲାବେଳେ ଅନ୍ୟ କୌଣସି କଥାରେ ମୁଣ୍ଡ ପୂରାଇବାକୁ ଚାହାନ୍ତି ନାହିଁ। ଧୋନୀ ଶାନ୍ତ ଭାବରେ କଥା ହୁଅନ୍ତି, ସାଙ୍ଗମାନଙ୍କ କଥା ମନ ଦେଇ ଶୁଣନ୍ତି। ଧୋନି ବିଶ୍ୱାସ କରନ୍ତି ଯେ କି କୌଣସି କାମ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ତାଙ୍କୁ ସବୁବେଳେ ଫୋନ ରଖିବାକୁ ପଡିବ।