Categories: ଖେଳ

ସନ୍ୟାସ ନେବେନି ଧୋନି !…

ଲକ୍ଷ୍ନୌ,୩।୫ : ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ କୁହାଯାଉଛି , ସେ ବର୍ତ୍ତମାନର ଆଇପିଏଲ ସିଜନ ପରେ ପେଶାଦାର କ୍ରିକେଟରୁ ଅବସର ନେବେ। ପ୍ରଶଂସକ ଏବଂ କ୍ରିକେଟ ବିଶେଷଜ୍ଞମାନେ ଭାବୁଛନ୍ତି, ମାହି ଆସନ୍ତା ସିଜିନରୁ ଏହି ଟୁର୍ନାମେଣ୍ଟରେ ଖେଳିବେ ନାହିଁ, କିନ୍ତୁ ଧୋନିଙ୍କ ମନରେ ଆଉ କିଛି ଅଛି। ବୁଧବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ବିପକ୍ଷରେ ଖେଳାଯିବା ପୂର୍ବରୁ ସେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ଟସ ସମୟରେ ନ୍ୟୁଜିଲାଣ୍ଡର ସମୀକ୍ଷକ ଡାନି ମୋରିସନ ତାଙ୍କ ଅବସର ବିଷୟରେ ପଚାରିଥିଲେ ଏବଂ ଧୋନି ଏକ ମଜାଳିଆ ଉତ୍ତର ଦେଇଥିଲେ। ସେ ହସି ହସି କହିଲେ, ତୁମେ ନିଷ୍ପତ୍ତି ନେଇଛ ଯେ ଏହା ମୋର ଶେଷ ଆଇପିଏଲ, ମୁଁ ନୁହେଁ। ଧୋନିଙ୍କ ଏହି ବିବୃତ୍ତି ତାଙ୍କ ପ୍ରଶଂସକଙ୍କୁ ବହୁତ ଖୁସି କରିଛି। ପ୍ରଶଂସକଙ୍କ ମଧ୍ୟରେ ଆଶା ଅଛି, ଚେନ୍ନାଇ ଅଧିନାୟକ ଆସନ୍ତା ସିଜନରେ ଆସିପାରନ୍ତି।

Share