Categories: ଖେଳ

ମନର ଯନ୍ତ୍ରଣା ବଖାଣିଲେ ଧୋନୀ

ଶାରଜା,୧।୧୦: ଚେନ୍ନାଇ ସୁପର କିଙ୍ଗସ ଏକାଦଶ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗରପ୍ଲେ ଅଫରେ ପ୍ରବେଶ କରିଛି। କିନ୍ତୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱାସ କରନ୍ତି ଯେ ଗତ ବର୍ଷ ପ୍ରଥମ ଥର ପାଇଁ ଦଳ ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ବିଫଳ ହୋଇଥିବାରୁ ଏଥର ପ୍ରଦର୍ଶନ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ଚେନ୍ନାଇ ସନରାଇଜର୍ସ ହାଇଦ୍ରାବାଦକୁ ୬ ଉଇକେଟରେ ପରାସ୍ତ କରି ପ୍ଲେ ଅଫରେ ପ୍ରବେଶ କରିଥିଲା। ଦଳ ୧୧ଟି ମ୍ୟାଚରେ ୧୮ ପଏଣ୍ଟ ପାଇଛି।
ଧୋନି ମ୍ୟାଚ ପରେ କହିଛନ୍ତି, ଏହା (ପ୍ଲେ ଅଫ ପହଞ୍ଚିବା) ର ଅର୍ଥ ବହୁତ କାରଣ ଗତଥର ମ୍ୟାଚ ପରେ ମୁଁ କହିଥିଲି ଯେ, ଆମେ ଶକ୍ତିଶାଳୀ ଭାବେ ଫେରିବାକୁ ଚାହୁଁଛୁ। ଗତଥରର ପ୍ରଦର୍ଶନ ଆମକୁ ବହୁତ କଷ୍ଟ ଦେଇଥିଲା। ଏଥିରୁ ଆମେ ଏକ ଶିକ୍ଷା ପାଇଥିଲୁ। ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ସମସ୍ତ ସଫଳତାର ଶ୍ରେୟ ଯିବ। ଏଥର ଟାଇଟେଲ୍‌ ଜିତି ଗତ ଥରର ଯନ୍ତ୍ରଣାକୁ ଭୁଲିବାକୁ ଚେଷ୍ଟା କରିବୁ ବୋଲି ଧୋନୀ କହିଛନ୍ତି।

Share