Categories: ଖେଳ

ଖୁସିରେ ଝୁମି ଉଠିଲେ ଧୋନୀଙ୍କ ସ୍ତ୍ରୀ-ଝିଅ

ଶାରଜା,୧।୧୦: ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦକୁ ୬ ଉଇକେଟରେ ପରାସ୍ତ କରିଛି। ଏହା ସହିତ ସିଏସକେ ପ୍ଲେ ଅଫରେ ପହଞ୍ଚିବାରେ ପ୍ରଥମ ଦଳ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୭ ଉଇକେଟ ହରାଇ ୧୩୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଚେନ୍ନାଇ ଦୁଇଟି ବଲ ସହ ମ୍ୟାଚ ଜିତିଥିଲା। ଏହା ଚେନ୍ନାଇର କ୍ରମାଗତ ଚତୁର୍ଥ ବିଜୟ। ଚେନ୍ନାଇ ୧୧ଟି ମ୍ୟାଚ ମଧ୍ୟରୁ ନଅଟି ଜିତି ପ୍ଲେ ଅଫରେ ନିଜର ସ୍ଥାନ ସୁରକ୍ଷିତ କରିଛି। ଶେଷ ଓଭରର ଚତୁର୍ଥ ବଲରେ ଛକା ମାରି ଧୋନୀ ଦଳକୁ ବିଜୟ ପ୍ରଦାନ କରିଥିଲେ। ଏହା ଦେଖି ଷ୍ଟାଡିୟରେ ଉପସ୍ଥିତ ଧୋନୀଙ୍କ ଝିଅ ଜିଭା ଏବଂ ସ୍ତ୍ରୀ ସାକ୍ଷୀ ଖୁସିରେ ଝୁମି ଉଠିଥିଲେ।
ସୂଚନାଯୋଗ୍ୟ, ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟରେ କରୋନା ଧୋନୀ ନିଜ ପରିବାରକୁ ସାଥିରେ ନେଇ ନ ଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କିନ୍ତୁ ସମସ୍ତ ଖେଳାଳିଙ୍କ ପରିବାର ଷ୍ଟାଡିୟମରେ ଉପସସ୍ଥିତ ରହୁଥିବାର ଦେଖାଯାଇଛି।

Share