Categories: ଖେଳ

ଭାରତୀୟ ଦଳକୁ ସର୍‌ପ୍ରାଇଜ୍‌ ଦେଲେ ଧୋନୀ

ରାଞ୍ଚି,୨୭।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାରଠାରୁ ରାଞ୍ଚିରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଦଳକୁ ସରପ୍ରାଇଜ୍‌ ଦେଇଥିଲେ। ହଠାତ୍‌ ଧୋନୀ ଜେଏସସିଏ ଷ୍ଟାଡିୟମରେ ସମସ୍ତ ଖେଳାଳି ଏବଂ କର୍ମଚାରୀଙ୍କୁ ଭେଟିଥିଲେ। କିଛି ଖେଳାଳିଙ୍କୁ ବ୍ୟାଟିଂ ଟିପ୍ସ ମଧ୍ୟ ଦେଇଥିଲେ। ବିସିସିଆଇ ଏହାର ଭିଡିଓ ଶେୟାର କରିଛି।
ଏହି ସମୟରେ ଧୋନୀ ଇଶାନ କିଶନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଥଟ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଏହା ସହିତ ସୂର୍ଯ୍ୟକୁମାର ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ମଧ୍ୟ ସେଠାରେ ନଜର ଆସିଥିଲେ। ଏହା ପରେ ଧୋନୀ ଦଳର ନୂତନ ଖେଳାଳି ଶିବମ ମାଭି, ରାହୁଲ ତ୍ରିପାଠୀ ଏବଂ ଜିତେଶ ଶର୍ମାଙ୍କୁ ମଧ୍ୟ ଭେଟିଥିଲେ। ଦଳ କର୍ମଚାରୀଙ୍କ ସହିତ କିଛି ସମୟ ବିତାଇଲେ।
ଏହା ପରେ ଧୋନୀ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ଟିପ୍ସ ଦେଉଥିବାର ନଜର ଆସିଥିଲେ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ଶୁକ୍ରବାର ଇଶାନଙ୍କ ଘରୋଇ ଗ୍ରାଉଣ୍ଡ ରାଞ୍ଚିର ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେକ୍ସରେ ଖେଳାଯିବ। ଧୋନୀଙ୍କ ମଧ୍ୟ ରାଞ୍ଚିରେ ଘର ଅଛି।

Share