Categories: ଖେଳ

ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ଜିତିବା ପରେ ଛେଳି ବଳି ଦେଇ ବିବାଦରେ ଫସିଥିଲେ ଧୋନୀ: ଆଉ ତା’ ପରେ..

ନୂଆଦିଲ୍ଲୀ,୧୩।୭: ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ ଜିତିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ୨୦୦୮ରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଅଷ୍ଟ୍ରେଲିଆରେ ତ୍ରି-ସିରିଜ୍‌ ବିଶିଷ୍ଟ ମ୍ୟାଚ୍‌ ଖେଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଧୋନୀଙ୍କ ନେତୃତ୍ୱାଧିନ ଟିମ୍‌ ସିଡନୀ ଏବଂ ବ୍ରିସବେନ ମୁକାବିଲା ଜିତି ସିରିଜ ଜିତି ନେଇଥିଲା। ଏହି ବିଜୟ ପରେ ଧୋନୀ ଏକ ବିବାଦରେ ଫସି ଯାଇଥିଲେ।

ଧୋନୀ ପ୍ରଥମ ଅଧିନାୟକ ଭାବେ ବିଦେଶରେ ଏହି ଏକଦିବସୀୟ ଶୃଙ୍ଖଳା ଜିତିଥିଲେ। ସେତେବେଳେ ଯୁବ ଖେଳାଳି ଥିବା ଧୋନୀ ଜିତିବାର ଖୁସି ପାଳନ କରିବାକୁ ରାଞ୍ଚିର ଏକ ମନ୍ଦିରରେ ଛେଳି ବଳି ଦେଇଥିଲେ। ଏହାକୁ ନେଇ ସାରା ଦେଶରେ ଲୋକ ଧୋନୀଙ୍କ ସମାଲୋଚନା କରିଥିଲେ। ପରେ ସେ କ୍ଷମା ମାଗିବା ସହ ଏଭଳି କାମ କରିବେ ନାହିଁ ବୋଲି କହିଥିଲେ।

Share