ଆବୁଧାବି, ୧୯।୯: ଆଇପିଏଲ୍ ରେକର୍ଡ ଉପରେ ସବୁବେଳେ କ୍ରିକେଟ୍ପ୍ରେମୀଙ୍କ ନଜର ରହିଥାଏ। କିନ୍ତୁ ମହେନ୍ଦ୍ର ସିଂ ଧୋନୀ ଓ ତାଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗ୍ସର ଏହି ଅଲୋଡ଼ା ରେକର୍ଡ ସମ୍ପନ୍ଧରେ ଖୁବ୍ କମ୍ ଲୋକ ଜାଣିଛନ୍ତି। ଏହି ଅଲୋଡ଼ା ରେକର୍ଡ ହେଉଛି ଅଧିନାୟକ ଭାବେ ଧୋନୀ ସର୍ବାଧିକ ଆଇପିଏଲ୍ ଫାଇନାଲ ମ୍ୟାଚ୍ ହାରିଛନ୍ତି। ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୨୦୦୭, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ ଏପରି ଭାବେ ମୋଟ୍ ୫ ଫାଇନାଲ୍ ମ୍ୟାଚ୍ ହାରିଛି। ଧୋନୀଙ୍କ ବ୍ୟତୀତ ଆଉ କୌଣସି ଅଧିନାୟକ ଆଇପିଏଲ୍ରେ ୨ଥର ମଧ୍ୟ ଫାଇନାଲ୍ ମ୍ୟାଚ୍ ହାରି ନାହାନ୍ତି। ମୋଟ୍ ଉପରେ ୧୨ ଫାଇନାଲ ମଧ୍ୟରୁ ଅନିଲ କୁମ୍ବଲେ, ସଚିନ ତେନ୍ଦୁଲକର, ଡାନିଏଲ୍ ଭିଟ୍ଟୋରୀ, ଜର୍ଜ ବେଲୀ, ବିରାଟ କୋହଲି, ଷ୍ଟିଭ ସ୍ମିଥ୍ ଓ କେନ୍ ଓ୍ବିଲିୟମସନ ଅଧିନାୟକ ଭାବେ ଥରେ ଲେଖାଏ ଆଇପିଏଲ୍ ଫାଇନାଲରେ ପରାଜୟବରଣ କରିଛନ୍ତି। ଟିମ୍ ଭାବେ ଚେନ୍ନାଇ ସୁପର୍ କିଙ୍ଗ୍ସ (୫ଥର) ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩ ଥର (୨୦୦୯, ୨୦୧୧, ୨୦୧୬) ଫାଇନାଲରେ ପରାସ୍ତ ହୋଇଛି।