Categories: Uncategorized

୧୦୨ ମିଟରର ବିଶାଳ ଛକା ମାରିଲେ ଧୋନୀ

ଦୁବାଇ, ୧୪।୧୦: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ମୁକାବିଲାକୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ୨୦ ରନରେ ଜିତି ନେଇଥିଲା। ଚଳିତ ସିଜନରେ ଚେନ୍ନାଇର ଏହା ୩ୟ ବିଜୟ ଥିଲା। ତେବେ ଏହି ମ୍ୟାଚ୍‌ରେ ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା କି, ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ପୁରୁଣା ଖେଳ ଦେଖାଇବାରେ ସଫଳ ହୋଇଥିଲେ। ମ୍ୟାଚ୍‌ରେ ଧୋନୀ ୧୩ ବଲରୁ ୧୬୧ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ ରେଟ୍‌ରେ ୨୧ ରନର ଦ୍ରୁତ ଇନିଂସ ଖେଳିଥିଲେ।

ଏହି ଇନିଂସରେ ସେ ୨ଟି ଚୌକା ଓ ଗୋଟିଏ ବିଶାଳ ଛକା ମାରିଥିଲେ। ତେବେ ଧୋନୀ ଯେଉଁ ବିଶାଳ ଛକାଟି ମାରିଥିଲେ ତାହା ୧୦୨ ମିଟର ଦୂରତା ଅତିକ୍ରମ କରିଥିଲା। ଯାହାକୁ ଦେଖି ଟିଭିରେ ପ୍ରଶଂସକଙ୍କ ମନରେ ଉଲ୍ଲାସ ଖେଳିଯାଇଥିଲା। ଧୋନୀଙ୍କ ଏହି ଛକା ଦେଖି ୨୦୧୧ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଛକା ମନେ ପଡ଼ିଯାଇଛି। ବିଶ୍ୱକପ୍‌ ଫାଇନାଲରେ ମ୍ୟାଚ୍‌ରେ ମଧ୍ୟ ଧୋନୀ ଶ୍ରୀଲଙ୍କାର ନୂଆନ କୁଳଶେଖରାଙ୍କୁ ୧୦୨ ମିଟରର ଏକ ବିଶାଳ ଛକା ମାରି ଭାରତକୁ ଚାମ୍ପିୟନ କରାଇଥିଲେ।