Categories: ଖେଳ

ଏହି ୭ କମ୍ପାନୀରୁ ରୋଜଗାର କରୁଛନ୍ତି ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଡ୍ରୋନ ଷ୍ଟାର୍ଟଅପ ଗରୁଡ ଏରୋସ୍ପେସରେ ଅଂଶଧନ କିଣିଛନ୍ତି। ୨୬ଟି ସହରରେ ଏହି କମ୍ପାନୀର ୩୦୦ରୁ ଅଧିକ ଡ୍ରୋନ ଏବଂ ୫୦୦ ପାଇଲଟ କାର୍ଯ୍ୟ କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମ୍ପାନୀର ଡ୍ରୋନ ଉତ୍ପାଦନ କାରଖାନାର ଉଦଘାଟନ କରିଛନ୍ତି। ଗରୁଡ ଏରୋସ୍ପେସ କମ୍ପାନୀ ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ କରିଛି। ଗରୁଡ ଏରୋସ୍ପେସ ବ୍ୟତୀତ ଧୋନ୍ୟ ଅନ୍ୟାନ୍ୟ କମ୍ପାନୀରେ ମଧ୍ୟ ବିନିଯୋଗ କରିଛନ୍ତି। ଚାଲନ୍ତୁ ଏହିପରି କିଛି କମ୍ପାନୀ ଉପରେ ବିଷୟରେ ଜାଣିବା…

୭ଇଙ୍କବ୍ରୁଜ୍‌
ଏହା ଏକ ଖାଦ୍ୟ ଏବଂ ପାନୀୟ କମ୍ପାନୀ ଅଟେ। ଏହି କମ୍ପାନୀର ଅଂଶୀଦାର ହେବା ସହିତ ଧୋନୀ ମଧ୍ୟ ବ୍ରାଣ୍ଡ ଆମ୍ବାସାଡର। କମ୍ପାନୀ ଗତ ବର୍ଷ କପ୍ଟର୍‌ ୭ ବ୍ରାଣ୍ଡ ନାମରେ ଚକୋଲେଟ ଏବଂ ପାନୀୟର ଏକ ସିରିଜ ଲଞ୍ଚ କରିଥିଲ। ଧୋନୀଙ୍କ ହେଲିକପ୍ଟର ସଟ ଏବଂ ଜର୍ସି ନମ୍ବରରୁ ଏହି ନାମ ହୋଇଛି।

କାରର୍ସ ୨୪
ଧୋନୀ ୨୦୧୯ରେ କାରର୍ସ ୨୪ କମ୍ପାନୀରେ ବିନିଯୋଗ କରିଥିଲେ। ଏହି କମ୍ପାନୀ ୨୦୧୫ରେ ଆରମ୍ଭ ହୋଇଥିଲା। ଏହି କମ୍ପାନୀ ବ୍ୟବହୃତ କାର କିଣିବା ଏବଂ ବିକ୍ରୟ କରିବାରେ କାରବାର କରେ।

ହୋମଲେନ
ଏହା ଏକ ଇଣ୍ଟେରିୟର୍‌ ଡିଜାଇନ୍‌ କମ୍ପାନୀ। ଧୋନୀ ୨୦୨୧ରେ ଏହି କମ୍ପାନୀରେ ବିନିଯୋଗ କରିଥିଲେ। ଏହି କମ୍ପାନୀ ୨୦୧୪ରେ ଆରମ୍ଭ ହୋଇଥିଲା।

ମାହି ରେସିଡେନ୍ସି
ଖୁବ କମ ଲୋକ ଜାଣନ୍ତି ଯେ ଧୋନି ଝାଡଖଣ୍ଡର ରାଞ୍ଚିରେ ଅବସ୍ଥିତ ହୋଟେଲ ମାହି ରେସିଡେନ୍ସିର ମାଲିକ ଅଟନ୍ତି। ଏହା ହେଉଛି ଧୋନୀଙ୍କ ହୋମ୍‌ ଟାଉନ। ଏହି ହୋଟେଲର କୌଣସି ଫ୍ରାଞ୍ଚାଇଜ ନାହିଁ।

ସ୍ପୋର୍ଟସଫିଟ ୱାଲର୍‌ଡ ପ୍ରାଇଭେଟ ଲିମିଟେଡ
ଧୋନୀ ଏହି କମ୍ପାନୀର ଅଂଶୀଦାର ଅଛନ୍ତି। ଏହି କମ୍ପାନୀ ସମଗ୍ର ଭାରତରେ ୨୦୦ରୁ ଅଧିକ ଜିମ ଚଲାଇଥାଏ ଯାହା ସ୍ପୋର୍ଟସଫିଟ ୱାଲର୍‌ଡ ନାମରେ ଚାଲିଥାଏ।

ଖାତାବୁକ୍‌
ଖାତାବୁକ୍‌ ଲଞ୍ଚ ହେବାର କିଛି ଦିନ ମଧ୍ୟରେ ଏହା ସହିତ ୫ କୋଟିରୁ ଅଧିକ ବ୍ୟବସାୟୀ ଜଡିତ ହୋଇଥିଲେ। ଧୋନୀ ୨୦୨୦ରେ ଏକ ବିବୃତ୍ତିରେ କହିଥିଲେ,ଖାତାବୁକ୍‌ ପ୍ରାଥମିକ ସ୍ତରରେ ପରିବର୍ତ୍ତନ ଆଣିବାରେ ସକ୍ଷମ।

Share