Categories: ଖେଳ

କେକ୍‌ ସଜାଇଲେ ଧୋନୀ, ସାଥୀ ଖେଳାଳି କଲେ ଏଭଳି ଅବସ୍ଥା ଯେ…

ଦୁବାଇ,୬।୧୧: ନିଜ ଜନ୍ମ ଦିନରେ ଭାରତକୁ ବିଜୟ ଭେଟି ଦେଇଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ପ୍ରଥମେ ଟସ୍‌ ଜିତିବା ପରେ ଏକତରଫା ଭାବେ ସ୍କଟଲ୍ୟାଣ୍ଡକୁ ହରାଇଥିଲା ଦଳ। ମ୍ୟାଚ୍‌ ପରେ ଡ୍ରେସିଂ ରୁମ୍‌ରେ ବିରାଟ ଟିମ୍‌ର ଅନ୍ୟ ସଦସ୍ୟଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳନ କରିଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ବିସିସିଆଇ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ମେଣ୍ଟର ମହେନ୍ଦ୍ର ସିଂହ ଧୋନୀ ବିରାଟଙ୍କ କେକ୍‌ ସଜାଉଥିବା ନଜର ଆସିଛନ୍ତି।

ଇଶାନ କିଶନଙ୍କ ସହ ମିଶି ଧୋନୀ କେକ୍‌ ସଜାଇଥିଲେ। ବିରାଟ ପହଞ୍ଚିବା ପରେ ସେ କେକ୍‌ କାଟିଥିଲେ। ହେଲେ ପ୍ରଥମେ ସେ ମହମବତୀ ଲିଭାଇବାକୁ ଭୁଲିଯାଇଥିଲେ। ଏହାଦେଖି ଧୋନୀ ତାଙ୍କୁ ତୁରନ୍ତ ଏହାକୁ ଲିଭାଇବାକୁ କହିଥିଲେ। ବିରାଟ କେକ୍‌ କାଟି ପ୍ରଥମେ ଧୋନୀଙ୍କୁ ହିଁ ଖାଇବାକୁ ଦେଇଥିଲେ। ପରେ ଜଣଙ୍କ ପରେ ଜଣେ ଖେଳାଳି କେକ୍‌ ଖାଇଥିବା ବେଳେ ବିରାଟଙ୍କ ସାରାଦେହରେ କେକ୍‌ ବୋଳିଥିଲେ।

Share