Categories: ଖେଳ

ଇତିହାସ ରଚିଲେ ଧୋନୀ

ମୁମ୍ବାଇ,୧।୪: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ରେ ଇତିହାସ ରଚିଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ମାତ୍ର ୧୬ ରନ୍‌ କରି ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ଏହି ଛୋଟ ଇନିଂସ ଆଧାରରେ ଧୋନୀ ଟି-୨୦ କ୍ରିକେଟରେ ୭୦୦୦ରନ ପୂରଣ କରିଛନ୍ତି। ଧୋନୀ ଏପର୍ଯ୍ୟନ୍ତ ଟି -୨୦ କ୍ରିକେଟରେ ମୋଟ ୩୪୯ ମ୍ୟାଚ ଖେଳିଛନ୍ତି। ଧୋନୀ ପ୍ରଥମ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ଟି-୨୦ କ୍ରିକେଟ ରେ ୭୦୦୦ ରନ ସ୍କୋର କରିଛନ୍ତି।
ମହେନ୍ଦ୍ର ସିଂ ଧୋନିଙ୍କ ଦ୍ୱାରା ଆଇପିଏଲ ସମେତ ଅନ୍ତର୍ଜାତୀୟ କ୍ରିକେଟ ଏବଂ ଘରୋଇ କ୍ରିକେଟ ର ରନ ମିଶାଇ ଏମଏସ ଧୋନୀ ଟି -୨୦ କ୍ରିକେଟରେ ୭୦୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ସେ ୭୦୦୦ ରନ ସ୍କୋର କରିବାରେ ଷଷ୍ଠ ଭାରତୀୟ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ସୁରେଶ ରାଇନା ଏବଂ ରବିନ ଉଥାପ୍ପା ଏହି ସଫଳତା ହାସଲ କରିଛନ୍ତି।
ଲକ୍ଷ୍ନୌ ଦଳ ବିପକ୍ଷରେ ମହେନ୍ଦ୍ର ସିଂ ଧୋନୀ ୬ଟି ବଲରେ ୧୬ ରନ ସଂଗ୍ରହ କରିଥିଲେ। ସେ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ଅନ୍ଦାଜ୍‌ରେ ଇନିଂସ ଆରମ୍ଭ କରିଥିଲେ।

Share