ଅମିତାଭଙ୍କୁ ଭେଟିଲେ ଧୋନୀ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ,୧୮।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟିଛନ୍ତି। ଏବେ ମହେନ୍ଦ୍ର ସିଂ ଧୋନି ଏବଂ ଅମିତାଭ ବଚ୍ଚନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଉଭୟ କିମ୍ବଦନ୍ତୀଙ୍କୁ ଏକାଠି ଦେଖି ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଫଟୋରେ ମହେନ୍ଦ୍ର ସିଂ ଧୋନି ଜିନ୍ସ ଏବଂ ଟି-ସାର୍ଟରେ ନଜର ଆସିଛନ୍ତି। ଅମିତାଭ ବଚ୍ଚନ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟତୀତ ଆଉ ଜଣେ ବ୍ୟକ୍ତି ମଝିରେ ଠିଆ ହୋଇଥିବା ଦେଖାଯାଇଛି।
ତେବେ ମହେନ୍ଦ୍ର ସିଂ ଧୋନି ଏବଂ ଅମିତାଭ ବଚ୍ଚନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ୟୁଜର୍ସ ଏହି ଫଟୋକୁ ନେଇ ସେମାନଙ୍କ କମେଣ୍ଟସ ଦେବାରେ ଲାଗିଛନ୍ତି।
ସୂଚନାଯୋଗ୍ୟ, କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନି ଜଣେ ସଫଳ ଅଧିନାୟକ ଭାବେ ବେଶ ଜଣାଶୁଣା। ଭାରତୀୟ ଟିମ ଦୀର୍ଘ ୨୮ ବର୍ଷ ପରେ ୨୦୧୧ରେ ମେହନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଓ୍ବାନଡେ ଓ୍ବାର୍ଲଡ କପ ଜିତିଥିଲା। ଏହା ପୂର୍ବରୁ ଭାରତୀୟ ଟିମ ତାଙ୍କ କ୍ୟାପଟେନଶିପରେ ୨୦୦୭ରେ ଟି ୨୦ ଓ୍ବାର୍ଲଡ କପ ବିଜୟି ହୋଇଥିଲା।