କ୍ରିକେଟରେ ଏକ ଚମତ୍କାର ଇନିଂସ ଖେଳିବା ପରେ ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନୀ ବ୍ୟବସାୟରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ଫାର୍ମ ହାଉସ୍ କରି ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି। ତାଙ୍କ ଫାର୍ମର ପନିପରିବା ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା ବେଳେ ଗ୍ରାହକମାନେ ମଧ୍ୟ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।
ବଜାର ଅଂଶୀଦାର ପାଇଁ ମୂଲ୍ୟ ଉପରେ ନିର୍ଭର କରିବାକୁ ଧୋନୀ ଜଣେ ପୋଖତ ବ୍ୟବସାୟୀ ପରି ଦେଖାଯାଉଛନ୍ତି। ବଜାର ମୂଲ୍ୟ ଅପେକ୍ଷା ଧୋନୀଙ୍କ ଫାର୍ମହାଉସ୍ରୁ ଅମଳ ହେଉଥିବା ପନିପରିବା ଶସ୍ତାରେ ବଜାରରେ ବିକ୍ରି ହେଉଛି।
ହୋଲସେଲ ବଜାର ହେଉଛି ରାଜଧାନୀ ରାଞ୍ଚିର ପନିପରିବା ବଜାର। ଏଠାରେ ଥିବା ଫଳ ବଜାରଠାରୁ ଟିକିଏ ଆଗରେ, ଏହା ହେଉଛି ଧୋନୀଙ୍କ କିଓସ୍କ। ଯେଉଁଥିରେ ତାଙ୍କ ଚାଷରୁ ଉତ୍ପାଦିତ ପନିପରିବା ବିକ୍ରି ହେଉଛି। କୋବି କିଲୋ ପ୍ରତି ମାତ୍ର ୧୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଟମାଟୋ ମଧ୍ୟ ୩୦ ଟଙ୍କାରେ ବିକ୍ରି ହେଉଛି।
ଦୋକାନୀ ଅର୍ଶଦ ଆଲାମ କହିଛନ୍ତି, ଯଦିଓ ପନିପରିବା ଜୈବିକ, ତଥାପି ସେମାନେ ଗ୍ରାହକଙ୍କୁ ଖୁସି କରୁଛନ୍ତି। ବଡ଼ କଥା ହେଉଛି ଏଠାରେ ଥିବା ପନିପରିବା ଅନ୍ୟ ବଜାର ଅପେକ୍ଷା ଶସ୍ତା ଅଟେ। ଧୋନୀଙ୍କ ବ୍ରାଣ୍ଡର ଟ୍ୟାଗ ଏବଂ ପନିପରିବା ମଧ୍ୟ ଧୋନୀଙ୍କୁ ସ୍ବତନ୍ତ୍ର ପରିଚୟ ଆଣି ଦେଉଥିବା ଖୋଦ୍ ଗ୍ରାହକମାନେ କହୁଛନ୍ତି।
ଖୁବ୍ଶୀଘ୍ର ଧୋନୀଙ୍କ ଫାର୍ମରୁ ବଜାରରେ ମଟର, ଷ୍ଟ୍ରବେରୀ ଏବଂ କଡ଼କନାଥ କୁକୁଡ଼ା ଅଣ୍ଡା ମଧ୍ୟ ଉପଲବ୍ଧ ହେବ। ଧୋନୀ ନିଜେ ମାର୍କେଟ ଆଉଟଲେଟ୍ ଏବଂ ପୂରା ଚାଷ ଉପରେ ନଜର ରଖିଛନ୍ତି।