ଧୋନୀ ଘୋଡ଼ା ସହିତ ଲଗାଇଲେ ରେସ୍‌ : ସାକ୍ଷୀ କଲେ ଭିଡ଼ିଓ ଶେୟାର…

ରାଞ୍ଚି,୧୩।୬: ଆପିଏଲ୍‌ ସ୍ଥଗିତ ହେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିକାୟକ ଏମ୍‌.ଏସ୍‌. ଧୋନୀ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍‌ରେ ଛୁଟି ବିତାଉଛନ୍ତି। ଧୋନୀ ଫାର୍ମରେ ପୋଷା ପ୍ରାଣୀଙ୍କ ସହିତ ଅଧିକ ସମୟ ବିତାଉଥିବାର ଦେଖିବାକୁ ମିଳୁଛି। ଶନିବାର ଧୋନୀ ଫାର୍ମରେ ଥିବା ଧଳା ତଟୁ ଘୋଡା ସହିତ ରେସ୍‌ ଲଗାଉଥିବାରୁ ଏକ ଭିଡ଼ିଓ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଛନ୍ତି। ଏହା ସହିତ ସାକ୍ଷୀ ଷ୍ଟ୍ରଙ୍ଗର, ଫାଷ୍ଟର ବୋଲି ଧୋନୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଏହି ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଇତିମଧ୍ୟରେ ଏହି ଭିଡ଼ିଓକୁ ୪ ଲକ୍ଷ ୫୦ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଛି। ଏହା ପୂର୍ବରୁ ଧୋନୀ ନିଜ ପୋଷା କଳା ଘୋଡ଼ା ଚେତକ୍‌ର ମସାଜ୍‌ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଧୋନୀଙ୍କ ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ଫାର୍ମ ହାଉସ୍‌ରେ ଘୋଡ଼ାଙ୍କ ସହିତ ୪ କୁକୁର ମଧ୍ୟ ରହିଛନ୍ତି। ସେଥିମଧ୍ୟରେ ସାମ୍‌ ନାମକ ବେଲଜିଆନ୍‌ ମାଲିନୋଇସ୍‌ ପ୍ରଜାତିର କୁକୁର, ଲିଲି ନାମକ ହ୍ବାଇଟ୍‌ ହସ୍କି, ଗବର ନାମକ ହ୍ବଇଟ୍‌ ହସ୍କି ଏବଂ ଜୋୟା ନାମକ ଡଚ୍‌ ଶିଫର୍ଡ କୁକୁର ରହିଛନ୍ତି। ଧୋନୀ ସେମାନଙ୍କର ଯତ୍ନ ନେଇଥାନ୍ତି।

Share