Posted inଖେଳ

ଧୋନୀ ୭.୨୯ ମିନିଟ୍‌ରେ ସନ୍ୟାସ ନେବା ପଛରେ କ’ଣ ରହିଛି ଏହି କାରଣ? ଜାଣନ୍ତୁ..

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ୟାସ ଘୋଷଣା କରିଛନ୍ତି। ନିଜର ବଳିଷ୍ଠ ନିର୍ଣ୍ଣୟ ଏବଂ ଶାନ୍ତ ସ୍ବଭାବକୁ ନେଇ ପରିଚିତ ମାହି ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଶାନ୍ତିପୂର୍ଣ୍ଣ ଭାବେ ଏହି ସୂଚନା ଦେଇଛନ୍ତି। ଗୋଟିଏ ପେଟ ୧୫ ଅଗଷ୍ଟରେ ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ, କ୍ରିକେଟର ଗୋଟି, ଯୁଗର ଅବସାନ ଘଟିଲା ବୋଲି କୁହାଯାଉଛି।

ଆଧିକାରିକ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସବୁବେଳେ ଆପଣଙ୍କ ଭଲପାଇବା ଏବଂ ସ୍ନେହ ପାଇଁ ଧନ୍ୟବାଦ। ୧୯୨୯ ଘଣ୍ଟାଠାରୁ ମୋତେ ସେବାନିବୃତ ଭାବିବେ ବୋଲି କହିଥିଲେ। ଏହା ଅନେକଙ୍କୁ ଚମକାଇଦେଇଥିଲା। ଏପରିକି ଭାରତୀୟ ସମୟରେ ସନ୍ଧ୍ୟା ୭ଟା ୨୯ରେ ସନ୍ୟାସ ନେବା ପଛରେ କି କାରଣ ରହିଛି ସେ ନେଇ ଚିନ୍ତାରେ ପଡ଼ିଥିଲେ। ଏବେ ଏହା ପଛରେ ଥିବା କାରଣ ଜଣାପଡ଼ିଛି।

ଭାରତୀୟ ଟିମ୍‌ ଗତ ବର୍ଷ ଜୁଲାଇ ୯ରେ ବିଶ୍ୱକପ୍‌ କ୍ରିକେଟରୁ ଏହି ସମୟରେ ବାହାର ହୋଇଯାଇଥିଲା। ଧୋନୀ ଶେଷଥର ପାଇଁ ମଇଦାନରୁ ବ୍ୟାଟିଂ କରି ଫେରିଥିଲେ। ମାର୍ଟିନ୍‌ ଗଷ୍ଟିଲ ତାଙ୍କୁ ରନ୍‌ଆଉଟ୍‌ କରି ଭାରତୀୟ ପ୍ରଶଂସକଙ୍କ ଆଖି ଓଦା କରିଦେଇଥିଲେ। ଏହାପରେ ଭାରତୀୟ ଟିମ୍‌ ହାରିଯିବା ଏକରକମ ସୁନିଶ୍ଚିତ ହୋଇଥିଲା। ଏହାପରେ ଯୁଜବେନ୍ଦ୍ର ଚହଲଙ୍କ ଓ୍ବିକେଟ ଯିବା ପରେ ସନ୍ଧ୍ୟା ୭ଟା ୨୯ମିନିଟ୍‌ରେ ବିଶ୍ୱକପ୍‌ରୁ ଭାରତ ବାହାର ହୋଇଥିଲା। ଚହଲ ଫେରିବାର ଠିକ୍‌ ପରେ ନ୍ୟୁଜିଲାଣ୍ଡର ପୂର୍ବ ଅଲରାଉଣ୍ଡର ଗ୍ରାଟ୍‌ ଏଲିୟଟ୍‌ ଟୁଇଟ୍‌ କରିଥିଲେ।

ଅପରପକ୍ଷେ ଧୋନୀଙ୍କ ପୋଷ୍ଟ ରହସ୍ୟମୟ ବୋଲି ଚର୍ଚ୍ଚା ହେଉଛି। ୧୯୨୯ ଘଣ୍ଟାର ଅର୍ଥ ୮୦ ଦିନ। ଏବର୍ଷ ଆଇପିଏଲ୍‌ ୫୩ ଦିନ ବିଶିଷ୍ଟ ରହିବ। ଅଗଷ୍ଟ ୧୫ରୁ ତାଙ୍କର ଟ୍ରେନିଂ ଆରମ୍ଭ ହେବ। ୧୯ ସେପ୍ଟେମ୍ବରରୁ ଆଇପିଏଲ୍‌ ଆରମ୍ଭ ହେବ। ଧୋନୀଙ୍କ ପୋଷ୍ଟକୁ ଦେଖିଲେ ୮୦ଦିନ ପରେ ତାଙ୍କୁ ପୂର୍ବ ଖେଳାଳି ଭାବେ ସମ୍ବୋଧନ କରାଯିବ। ଏଣୁ ଚଳିତ ଆଇପିଏଲ୍‌ ତାଙ୍କର ଶେଷ ଆଇପିଏଲ୍‌ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମନରେଗା ଯୋଜନାରେ ପଞ୍ଜିକୃତ ହେଲେ ମହମ୍ମଦ ଶାମିଙ୍କ ଭଉଣୀ, ଭିଣୋଇ: ରିପୋର୍ଟ

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଭଉଣୀ ଏବଂ ଭିଣୋଇ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା...

‘ମୋ ହୃଦୟରେ ଏହା ପାଇଁ ରହିଛି ଏକ ବିଶେଷ ସ୍ଥାନ,’ ଚେପକ ବ୍ୟତୀତ ନିଜ ପସନ୍ଦର ଷ୍ଟାଡିୟମର ନାମ କହିଲେ ଧୋନି

ନୂଆଦିଲ୍ଲୀ,୨୬।୩: ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ୱିକେଟ କିପର-ବ୍ୟାଟସମ୍ୟାନ ଏମଏସ ଧୋନି କହିଛନ୍ତି ଯେ ଚେପକ ବ୍ୟତୀତ ତାଙ୍କର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ସହିତ ଏକ...

ଭାରତ ଆସିବେ ବିଶ୍ୱ ବିଜେତା ଲିଓନେଲ ମେସି: ଏହି ରାଜ୍ୟରେ ଅନୁଷ୍ଠିତ ହେବ ଦୁଇଟି ମ୍ୟାଚ୍

ନୂଆଦିଲ୍ଲୀ,୨୬ା୩: ଭାରତର ଫୁଟବଲ୍ ପ୍ରେମୀମାନଙ୍କ ପାଇଁ ଖୁସି ଖବର। ଅକ୍ଟୋବରରେ କେରଳରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ କିମ୍ବଦନ୍ତୀ ଲିଓନେଲ୍ ମେସି ଏବଂ ଆର୍ଜେଣ୍ଟିନା ଦଳକୁ ଦେଖିବାର...

‘ଇଶାନ କିଷନଙ୍କ ଶତକ ବିସିସିଆଇ-ରାହୁଲ ଦ୍ରାଭିଡଙ୍କ ମୁହଁରେ ଏକ ଶକ୍ତ ଚାପୁଡା’, ଭର୍ତ୍ସନା କଲେ ଦାଦା

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୮ତମ ସଂସ୍କରଣରେ ପ୍ରଥମ ତୁଫାନି ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିବା ଇଶାନ କିଶନଙ୍କ ଜେଜେବାପାଙ୍କ ଏକ ବୟାନ ଇଣ୍ଟରନେଟ ମିଡିଆରେ ଚର୍ଚ୍ଚାର...

IPL 2025: ଲଜ୍ଜାଜନକ ରେକର୍ଡ ହାସଲ କଲେ ଗ୍ଲେନ ମ୍ୟାକ୍ସୱେଲ

ନୂଆଦିଲ୍ଲୀ,୨୬।୩: ପଞ୍ଜାବ କିଙ୍ଗସ ୧୧ ରନରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଥିଲା। କିନ୍ତୁ ଏହା ପୂର୍ବରୁ ପଞ୍ଜାବ କିଙ୍ଗସ ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସୱେଲଙ୍କ ନାମରେ ଏକ...

ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ ସୂର୍ଯ୍ୟକୁମାର ଯାଦବ: ଦାମ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୨୬।୩: ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅନେକ ଥର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। କିନ୍ତୁ ସେ IPL 2025 ର ତାଙ୍କର ପ୍ରଥମ ମ୍ୟାଚରେ...

IPL 2025: ହାରିବା ପରେ ବି ସମସ୍ତଙ୍କ ହୃଦୟ ଜିତୁଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୨୬।୩: ଗତ ସିଜିନରେ ଅଷ୍ଟମ ସ୍ଥାନ ହାସଲ କରିଥିବା ଗୁଜରାଟର IPL ୨୦୨୫ରେ ଆରମ୍ଭ ଭଲ ନଥିଲା। ମଙ୍ଗଳବାର ୨୫ମାର୍ଚ୍ଚରେ, ସେମାନେ ହୋମ ଟାଉନରେ ପଞ୍ଜାବ...

ଶଶାଙ୍କ ଜାଣି ନ ଥିଲେ ଶ୍ରେୟସ ୯୭ ରନ କରିଛନ୍ତି, କ୍ୟାପଟେନ କହିଥିଲେ ମୋ କଥା ଚିନ୍ତା ନ କରି ବାଉଣ୍ଡ୍ରି ମାର

ନୂଆଦିଲ୍ଲୀ,୨୬।୫: ମଙ୍ଗଳବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ IPL ୨୦୨୫ର ପଞ୍ଚମ ମ୍ୟାଚ ଖେଳାଯାଇଥିଲା। ପଞ୍ଜାବର ଇନିଂସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image