Categories: ଖେଳ

ପ୍ରଶଂସକଙ୍କ ପାଇଁ ଖୁସି ଖବର: ଧୋନିଙ୍କ ଅସ୍ତ୍ରୋପଚାର ସଫଳ

ମୁମ୍ବାଇ,୧।୬: ଆଇପିଏଲ ୨୦୨୩ର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇପିଏଲରେ ଆଣ୍ଠୁରେ ଆଘାତ ଯୋଗୁ ସେ ଚିନ୍ତିତ ଥିବା ଦେଖାଯାଉଥିଲେ। ବର୍ତ୍ତମାନ ଖବର ଆସିଛି ଯେଉଁଥିରେ ଧୋନିଙ୍କ ଆଣ୍ଠୁ ଅସ୍ତ୍ରୋପଚାର କରାଯାଇଛି ବୋଲି କୁହାଯାଇଛି। ଖବର ଅନୁଯାୟୀ, ଗୁରୁବାର ଅର୍ଥାତ୍‌ ଆଜି ସକାଳେ ଧୋନି ମୁମ୍ବାଇର କୋଳିକାବେନ ହସ୍ପିଟାଲରେ ଆଣ୍ଠୁର ଅପରେଶନ କରିଛନ୍ତି।
ଧୋନି ଆଣ୍ଠୁର ଅପରେଶନ ପାଇଁ ୩୧ ମେ’ରେ ମୁମ୍ବାଇ ଆସିଥିଲେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଧୋନିଙ୍କ ଅସ୍ତ୍ରୋପଚାର ଡ. ଦିନଶା ପରଦିଓ୍ବାଲା କରିଛନ୍ତି। ଇଏ ହେଉଛନ୍ତି ସେହି ଡାକ୍ତର ଯିଏ ରିଷଭ ପନ୍ତଙ୍କ ମଧ୍ୟ ଅପରେଶନ କରିଥିଲେ। ସୂଚନାଯୋଗ୍ୟ, ମାର୍ଚ୍ଚ ୩୧ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଆଇପିଏଲ ମ୍ୟାଚରେ ଧୋନି ଆହତ ହୋଇଥିଲେ। ଏହା ପରେ ମଧ୍ୟ ସେ ଟୁର୍ନାମେଣ୍ଟର କୌଣସି ମ୍ୟାଚ ହାତଛଡ଼ା କରିନଥିଲେ।

Share