Categories: ଖେଳ

ଜୟପୁରରେ ଧୋନି-ସଞ୍ଜୁ ଲଢ଼େଇ…

ମୁମ୍ବାଇ,୨୭।୪ : ଲଗାତାର ଦୁଇଟି ପରାଜୟ ପରେ ରାଜସ୍ଥାନ ରୟାଲ୍ସ ଗୁରୁବାର ଆଇପିଏଲ -୧୬ର ୩୭ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲଗାତାର ତିନିଟି ବିଜୟ ହାସଲ କରିଛି। ପୁଣି ଏକ ବିଜୟ ସହ ଦଳ ପ୍ଲେ ଅଫ ପାଇଁ ଦଳ ଯୋଜନା କରିଛି। ଚେନ୍ନାଇର ସର୍ବୋଚ୍ଚ ଅର୍ଡରରେ ରିତୁରାଜ ଗାଇକ୍ୱାଡ, ଡିଭନ କନୱେ, ଅଜିଙ୍କ୍ୟ ରାହାନେ ଏବଂ ଶିବମ ଦୁବେ ଚମତ୍କାର ପ୍ରଦର୍ଶନ କରୁଛନ୍ତି।
ଏହି ମ୍ୟାଚ ରାଜସ୍ଥାନର ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳା ଯିବ।

ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେଇଙ୍ଗ ୧୧ରେ ଜୋସ ବଟଲର୍‌, ଯଶସ୍ବୀ ଜୈସୱାଲ, ଦେବଦତ୍ତ ପାଦିକ୍କାଲ, ସଞ୍ଜୁ ସାମସନ (କ୍ୟାପଟେନ / ୱିକେଟ କିପର), ଶିମ୍ରନ ହେଟମିୟର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ସନ୍ଦୀପ ଶର୍ମା, ଆଦାମ ଜାମ୍ପା, ଟ୍ରେଣ୍ଟ ବୋଲ୍ଟ, ୟୁଜଭେନ୍ଦ୍ର ଚହଲ ରହିଛନ୍ତି।

ସେହିପରି ରାଜସ୍ଥାନ ରୟାଲ୍ସ ପ୍ଲେଇଙ୍ଗ ୧୧ରେ ରିତୁରାଜ ଗାଇକୱାଡ, ଡିଭନ କନୱେ, ଅଜିଙ୍କ୍ୟ ରାହାନେ, ଶିବମ ଦୁବେ, ମୋଇନ ଅଲି, ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନି (କ୍ୟାପଟେନ / ୱିକେଟ କିପର), ତୁଷାର ଦେଶପାଣ୍ଡେ, ମହେଶ ତେକ୍ଷାନା, ମାଥିଶା ପୃଥରିନା, ଆକାଶ ସିଂ ପ୍ରମୁଖ ଅଛନ୍ତି।

Share