Categories: ଖେଳ

ଆଇପିଏଲକୁ ଗୁଡବାଏ କହିବେନି ଧୋନି !…

କୋଲକାତା,୧୫।୫ : ଆଇପିଏଲ ୨୦୨୩ ଏହାର ଶେଷ ହେବାକୁ ଯାଉଛି । ଟୁର୍ନାମେଣ୍ଟରେ କେବଳ ୯ ଟି ଲିଗ ମ୍ୟାଚ ବାକି ଅଛି । ଏହା ପରେ ଚାରିଟି ଦଳ ଫାଇନାଲ ପାଇଁ ଲଢ଼ିବେ। ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇପିଏଲରୁ ବିଦାୟ ଦେବେ ନାହିଁ। ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ ଧୋନିଙ୍କ ପରବର୍ତ୍ତୀ ଆଇପିଏ ଖେଳିବାର ଆଶା ପ୍ରକାଶ କରିଛନ୍ତି।

ଚେନ୍ନାଇ ୧୪ ମେରେ ଚେପାକ ଷ୍ଟାଡିୟମରେ କେକେଆର୍‌ ବିପକ୍ଷରେ ଆଇପିଏଲ ୨୦୨୩ ର ଶେଷ ଘରୋଇ ମ୍ୟାଚ ଖେଳିଥିଲା। ଏହି ମ୍ୟାଚ ପରେ ମହେନ୍ଦ୍ର ସିଂ ଧୋନି ସମଗ୍ର ଗ୍ରାଉଣ୍ଡ ବୁଲି ପ୍ରଶଂସକମାନଙ୍କୁ ଦସ୍ତଖତ କରିଥିବା ବଲ ଦେଇଥିଲେ। ଏହା ପରେ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କଲେ, ଏହା ଧୋନିଙ୍କର ଶେଷ ସିଜନ। ଏହି ସମୟରେ ଦଳର ସିଇଓ କହିଛନ୍ତି. ଆମେ ଆଶା କରୁଛୁ ମହେନ୍ଦ୍ର ସିଂ ଧୋନି ପରବର୍ତ୍ତୀ ଆଇପିଏଲ ମଧ୍ୟ ଖେଳିବେ।

ଏହି ସିଜିନ ଆରମ୍ଭରୁ ଏମଏସ ଧୋନିଙ୍କ ଅବସର ନେଇ କଳ୍ପନାଜଳ୍ପନା କରାଯାଉଥିଲା। ଏକ ମ୍ୟାଚରେ ଟସ ସମୟରେ ଟିଭି ଉପସ୍ଥାପକ ଡାନି ମୋରିସନ ତାଙ୍କୁ ପଚାରିଥିଲେ ତୁମର ଶେଷ ଆଇପିଏଲ ସିଜନ ଖେଳିବାରେ ତୁମେ କିପରି ଅନୁଭବ କରୁଛ? ଏହାର ପ୍ରତିକ୍ରିୟାରେ ଧୋନି କହିଥିଲେ ତୁମେ ନିଷ୍ପତ୍ତି ନେଇଛ ଏହା ମୋର ଶେଷ ସିଜିନ କିନ୍ତୁ, ମୁଁ ନୁହେଁ।

Share