ରାଞ୍ଚି,୧୨।୧୧: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ ମହେନ୍ଦ୍ର ସିଂ ଧୋନୀ କୁକୁଡ଼ା ଫାର୍ମ କରିବାକୁ ଯୋଜନା କରିଛନ୍ତି। ସେ ରାଞ୍ଚିରେ କଡ଼କନାଥ କୁକୁଡ଼ା ପ୍ରଜାତିର ଫାର୍ମ କରିବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ସେ ଝାବୁଆ ସ୍ଥିତ ଥଣ୍ଡଲା ବ୍ଲକ୍ଠାରେ ଥିବା କଡ଼କନାଥ କୁକୁଡ଼ା ଫାର୍ମ ସହିତ ଯୋଗାଯୋଗ କରି ଚାଷୀ ବିନୋଦ ମେଧାଙ୍କୁ ୨ ହଜାର ଚିଆଁ ଅର୍ଡର କରିଛନ୍ତି। ୧୫ ଡିସେମ୍ବର ସୁଦ୍ଧା ଅର୍ଡର ଦେବାକୁ ଧୋନୀ କହିଛନ୍ତି। ଏହି ପ୍ରଜାତିର କୁକୁଡ଼ାର ଦାମ ଅଧିକ ରହିଥିବାରୁ ଧୋନୀ ଏଭଳି ଯୋଜନା କରୁଥିବା କୁହାଯାଉଛି। ଏବେ ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।