Categories: ଖେଳ

ପୁଣି ହୃଦୟ ଜିତିଲେ ଧୋନୀ

ରାଞ୍ଚି,୨୦।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକମାନେ ସାରା ବିଶ୍ୱରେ ଅଛନ୍ତି। ତାଙ୍କ ଝଲକ ଟିକେ ପାଇବାକୁ ପ୍ରଶଂସକ ସର୍ବଦା ଆଗ୍ରହୀ ଥାନ୍ତି। ଧୋନୀଙ୍କ ଫଟୋ-ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ନିକଟରେ ଏହିପରି ଗୋଟିଏ ଭିଡିଓ ରାଞ୍ଚିରୁ ଆସିଛି। ଧୋନୀ ଏବେ ରାଞ୍ଚିରେ ଥିବା ତାଙ୍କ ଘରେ ଅଛନ୍ତି। ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ତାଙ୍କର ଗ୍ରାଣ୍ଡ ଏଣ୍ଟ୍ରି ଦେଖିବାକୁ ମିଳୁଛି। ସେ ବଲିଉଡ ହିରୋ ପରି ଷ୍ଟାଡିୟମରେ ପ୍ରବେଶ କରନ୍ତି। ଏହି ସମୟରେ ସେ ମଧ୍ୟ ହୃଦୟ ଜିତିଥିଲେ। ସେ ଷ୍ଟାଡିୟମର ଗେଟ୍‌ରେ ଉପସ୍ଥିତ ସୁରକ୍ଷା କର୍ମୀ ତାଙ୍କୁ ଅଭିବାଦନ ଜଣାଇଇବା ପୂର୍ବରୁ ସେ ନିଜେ ତାଙ୍କୁ ସାଲ୍ୟୁଟ୍‌ ମାରି ଭିତରକୁ ଯାଇଥିଲେ। ଏହାପୂର୍ବରୁ ମଧ୍ୟ ସେ ଅନେକ ମ୍ୟାଚ୍‌ରେ ଗ୍ରାଉଣ୍ଡ ମ୍ୟାନ୍‌ଙ୍କୁ ଉପହାର ମଧ୍ୟ ଦିଅନ୍ତି। ଧୋନୀ ଅଭ୍ୟାସ ପାଇଁ ଷ୍ଟାଡିୟମକୁ ଯାଇଥିବା ଜଣାପଡିଛି।
ଧୋନୀ ଆସନ୍ତା ବର୍ଷର ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ସେ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଦାୟିତ୍ୱ ଗ୍ରହଣ କରିବେ। ଧୋନୀ ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ। କିନ୍ତୁ ସେ ଆଇପିଏଲରେ ଖେଳିବା ଜାରି ରଖିଛନ୍ତି।

Share