Categories: ଖେଳ

ଭାଙ୍ଗିଲା ଧୋନୀଙ୍କ ୧୭ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୪।୬:ଇଂଲଣ୍ଡର ତାରକା ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର୍‌ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ଆଇପିଏଲର ୧୫ତମ ସିଜନରେ ୮୬୩ ରନ ସ୍କୋର କରିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଫର୍ମ ମଧ୍ୟ ବଜାୟ ରଖିଛନ୍ତି। ନେଦରଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ବଟଲର୍‌ ୨୪୮ ରନ ସଂଗ୍ରହ କରିଥିଲେ। ଏହି ସିରିଜ୍‌ରେ ସେ ମୋଟ ୧୯ଟି ଛକା ମାରିଥିଲେ।
ବଟଲର ଏହି ସିରିଜର ୧୯ଟି ଛକା ମାରି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏକ ସିରିଜରେ ସର୍ବାଧିକ ଛକା ମାରିବାରେ ବଟଲର ପ୍ରଥମ ଉଇକେଟ କିପର-ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଧୋନୀ ୨୦୦୫ ଅର୍ଥାତ୍‌ ୧୭ ବର୍ଷ ପୂର୍ବେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଉଇକେଟ କିପର ଭାବରେ ବିସ୍ଫୋରକ ବ୍ୟାଟିଂ କରି ୧୭ଟି ଛକା ମାରିଥିଲେ।
ଧୋନୀ ୭ଟି ମ୍ୟାଚର ପାଞ୍ଚ ଇନିଂସରେ ୧୭ ଛକା ମାରିଥିଲେ। କିନ୍ତୁ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ବଟଲର୍‌ ଧୋନୀଙ୍କୁ ପଛରେ ପକାଇ ଦେଇଥିଲେ।

Share