Posted inଖେଳ

ଧୋନିଙ୍କ ବଡ଼ ଦୃଦୟ, ଆଶାବାଡ଼ି ଧରି ଚାଲୁଥିବା ରାହୁଲ ଦ୍ରାବିଡଙ୍କୁ ଭେଟି ପଚାରିଲେ…

ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ଗତ ରବିବାର, ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ ବ୍ୟବଧାନରେ ପରାସ୍ତ କରିଥିଲା। ଏବେ ରାହୁଲ ଦ୍ରାବିଡଙ୍କୁ ଭେଟିବା ପାଇଁ ଧୋନିଙ୍କ ଗସ୍ତ ଆଲୋଚନାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ରାଜସ୍ଥାନ ରୟାଲ୍ସ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆହତ ହୋଇଛନ୍ତି। ବେଙ୍ଗାଲୁରୁରେ ଏକ କ୍ରିକେଟ ମ୍ୟାଚ ଖେଳୁଥିବା ସମୟରେ ସେ ଏହି ଆଘାତ ପାଇଥିଲେ। IPL ୨୦୨୫ ମ୍ୟାଚ ସମୟରେ ତାଙ୍କର ହ୍ବିଲଚେୟାରରେ କିମ୍ବା ଆଶାବାଡ଼ି ସାହାଯ୍ୟରେ ଚାଲିବାର ଫଟୋ ଲଗାତାର ଭାଇରାଲ ହେଉଛି।
ରାଜସ୍ଥାନ ରୟାଲ୍ସର ୬ ରନରେ ବିଜୟ ପରେ, ଏମଏସ ଧୋନି ରାହୁଲ ଦ୍ରାବିଡଙ୍କୁ ଭେଟିବାକୁ ଯାଇଥିଲେ। ଦୁହେଁ କିଛି ସମୟ କଥାବାର୍ତ୍ତା ହୋଇଥିଲେ, ଏହା ପରେ ଅନ୍ୟ CSK ଖେଳାଳିମାନେ ମଧ୍ୟ କିମ୍ବଦନ୍ତୀ କ୍ରିକେଟର ଦ୍ରାବିଡଙ୍କୁ ଭେଟି ତାଙ୍କ ସହ ହାତ ମିଳାଇଥିଲେ। ଧୋନିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ କହୁଛନ୍ତି, ସତରେ ଧୋନୀ ଜଣେ ବଡ଼ ହୃଦୟର ବ୍ୟକ୍ତିତ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ଏକଘରିକିଆ ହୋଇଗଲେଣି ନବୀନ-ପାଣ୍ଡିଆନ: ମୂଳ ଲକ୍ଷ୍ୟ କଂଗ୍ରେସକୁ ନ ଯାଆନ୍ତୁ

ଭୁବନେଶ୍ୱର,୯ା୪(ସୁନିତ୍‌ ମିଶ୍ର):କେନ୍ଦ୍ରୀୟ ଭାଜପା ନେତୃତ୍ୱ ବୁଝିସାରିଲେଣି ନବୀନ-ପାଣ୍ଡିଆନ ବର୍ତ୍ତମାନ ଏକଘରିକିଆ ହୋଇଗଲେଣି। ତୃଣମୂଳସ୍ତର କର୍ମୀ ଆଉ ତାଙ୍କ ଉପରେ ଭରସା ରଖୁନାହାନ୍ତି କି ସେମାନଙ୍କ ପାଖରେ...

ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

ତୁମୁଡିବନ୍ଧ,୯ା୪(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଶିକ୍ଷା ସଚେତନ...

ଖୁସି ଖବର: ଓଡ଼ିଶାରେ ସୃଷ୍ଟି ହେବ ୯୫,୯୧୫ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଦେଶର ବହୁ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ମଙ୍ଗଳବାର ରାଜ୍ୟରେ ପୁଞ୍ଜିନିବେଶ...

ମୁଖ୍ୟ କିରାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ମୁଖ୍ୟ କିରାଣି ଦାମୋଦର ରଥ ଗତ ୩୧ ତାରିଖରେ ଅବସର ନେଇଛନ୍ତି। ଏନେଇ ମଙ୍ଗଳବାର...

ମ୍ୟାନ୍‌ମାର ଭୂକମ୍ପରେ ପୋତି ହୋଇଥିବା ଲୋକଙ୍କୁ ଖୋଜିବାକୁ ବାହାରିଲା ‘ଅସରପା’

ମ୍ୟାନ୍‌ମାର,୯।୪:ନିକଟରେ ମ୍ୟାନ୍‌ମାର୍‌ରେ ଆସିଥିବା ୭.୭ ତୀବ୍ରତାର ଭୂମିକମ୍ପ ପରେ ସେଠାରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ସାଇବର୍ଗ ଅସରପା ମଧ୍ୟ ଏହି...

ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୯ା୪(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶେଷ ହେବାକୁ ଆଉ ୨ ଦିନ ସମୟ ଲାଗିବ।...

ମା’ ଠାକୁରାଣୀଙ୍କ ଚୈତ୍ର ପର୍ବ ମହାସମାରୋହରେ ସମ୍ପନ୍ନ

ଥୁଆମୂଳ ରାମପୁର,୯।୪(ଦୁର୍ଗା କୀର୍ତ୍ତି): ସାରା ଓଡିଶାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ...

ବ୍ଲୁ ଡାଇମଣ୍ଡ କ୍ଲବ ୪-୧ ଗୋଲରେ ବିଜୟୀ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର ମିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image