Categories: ଖେଳ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧୋନିଙ୍କ ବାର୍ଥ ଡେ ମସ୍ତି

ନୂଆଦିଲ୍ଲୀ,୫।୧୨: ସୋସିଆଲ ମିଡିଆରେ ଏକ ଭିଡିଓ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନଜର ଆସିଛନ୍ତି। ଘଟଣା ହେଲା ମାହି ତାଙ୍କ ବନ୍ଧୁଙ୍କ ଜନ୍ମଦିନରେ ଏକ ମଜାଦାର ଅନ୍ଦାଜରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ କ୍ୟାପଟେନ କୁଲଙ୍କ ଏହି ଷ୍ଟାଇଲକୁ ବହୁତ ପସନ୍ଦ କରଛନ୍ତି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି।

ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟତୀତ ତାଙ୍କର ତିନି ସାଙ୍ଗ ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ନଜର ଆସିଛନ୍ତି। ମାହିଙ୍କ ସାଙ୍ଗମାନେ ତାଙ୍କୁ କେକ ଖାଇବାକୁ ଦେଉଛନ୍ତି। ଏହି ସମୟରେ, ପାଖରେ ଠିଆ ହୋଇଥିବା ଅନ୍ୟ ସାଙ୍ଗମାନେ ହସୁଥିବା ଦେଖାଯାଇଛି। ତେବେ ଏହି ଭିଡିଓ କେଉଁ ସ୍ଥାନରୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ।

Share