Categories: ଖେଳ

ରିଙ୍କୁଙ୍କୁ ଧୋନୀଙ୍କ ଉପହାର

ଚେନ୍ନାଇ, ,୧୬ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୩ ସିଜନରେ କୋଲକାତା ନାଇଟ ରାଇଡର୍ସ (କେକେଆର) ବ୍ୟାଟର ରିଙ୍କୁ ସିଂ ଦଳ ପାଇଁ ଜଣେ ଫିନିଶର ଭାବେ ଉଭା ହୋଇଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫିନିଶର ଭାବେ ବିବେଚନା କରାଯାଉଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରିଙ୍କୁଙ୍କ ପ୍ରତିଭାକୁ ସ୍ବୀକୃତି ଦେବାକୁ ପଛାଇ ନାହାନ୍ତି। ରବିବାର ରିଙ୍କୁଙ୍କ ଅର୍ଦ୍ଧଶତକ ସହାୟତାରେ କେକେଆର ୬ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ଏହାର ପ୍ଲେ-ଅଫ୍‌ ଆଶାକୁ ଉଜ୍ଜୀବିତ ରଖିଛନ୍ତି। ଆଇପିଏଲ୍‌ ୨୦୨୩ରେ ରିଙ୍କୁ ହେଉଛନ୍ତି କେକେଆରର ଅଗ୍ରଣୀ ରନ ସଂଗ୍ରହକାରୀ ବ୍ୟାଟର। ସେ ୧୩ଟି ଗେମ୍‌ରେ ୧୪୩ ଷ୍ଟ୍ରାଇରେଟ୍‌ରେ ୪୦୭ ରନ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ୩ଟି ଅର୍ଦ୍ଧଶତକ ରହିଛି। ଧୋନୀ ରିଙ୍କୁଙ୍କ ସହ ଏକ ଫଟୋ ଉଠାଇଛନ୍ତି। ତାଙ୍କ ମ୍ୟାଚ ଜର୍ସିରେ ସ୍ବାକ୍ଷର କରିଛନ୍ତି। କେକେଆର ତରଫରୁ ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରାଯାଇଛି। ତାହାର କ୍ୟାପଶନ ରହିଛି ‘ଏ ସ୍ପେସିଆଲ ଗିଫ୍ଟ ଫର ଆଓ୍ବାର ଫିନିଶର !’।

Share