Categories: ଖେଳ

ଧୋନୀଙ୍କ ନୂଆ ଅବତାର

ଚେନ୍ନାଇ,୧୫।୩: ଆଇପିଏଲର ୧୬ତମ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚାରିଥର ଟାଇଟଲ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଅଧିକାଂଶ ସିଏସକେ ଖେଳାଳି ଆଇପିଏଲ ପାଇଁ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚି ଏମ ଚିଦାମ୍ବରମ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏହାର ଫଟୋ ଏବଂ ଭିଡିଓ ଶେୟାର କରାଯାଉଛି। ସିଏସକେ ପକ୍ଷରୁ ବୁଧବାର ଏକ ଭିଡିଓ ଶେୟାର କରାଯାଇଛି। ଭିଡିଓରେ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକ ନୂଆ ଅବତାରରେ ନଜର ଆସିଛନ୍ତି।

ଧୋନୀ ଅନ୍ୟ ତିନିଜଣ ସାଥୀଙ୍କ ସହ ଏକ ବିଜ୍ଞାପନ ଏବଂ ପ୍ରୋମୋ ପାଇଁ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ତାଙ୍କ ହାତରେ ଏକ ଗିତାର ଥିବା ଦେଖାଯାଇଛି। ସେ ରକଷ୍ଟାର ପରି ଗିତାର ସହିତ ପୋଜ କରୁଛନ୍ତି। ଧୋନୀଙ୍କ ସହ ଟିମ ଓପନର୍‌ ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକ୍ୱାଡ, ଅଲରାଉଣ୍ଡର ଶିବମ ଦୁବେ ଏବଂ ଦ୍ରୁତ ବୋଲର ଦୀପକ ଚହର ମଜା କରୁଛନ୍ତି।

Share