ନୂଆଦିଲ୍ଲୀ,୧୨।୧୧ : ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଭେଟ ହୋଇଛି। ଏହାପରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଅମିତ ଶାହା ଏବଂ ଧୋନୀଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଳାଗିଛି। ଫଟୋରେ ଦୁହିଁଙ୍କୁ ଏକାଠି ଦେଖିବା ପରେ ଧୋନୀ ଭାଜପାରେ ଯୋଗଦେବାକୁ ଯାଉଛନ୍ତି କି ବୋଲି ପ୍ରଶ୍ନ ୟୁଜରମାନେ ପଚାରିବାରେ ଲାଗିଛନ୍ତି।
ଶନିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋରେ ଧୋନୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ହାତ ମିଳାଉଥିବାର ନଜର ଆସିଛନ୍ତି। ଇଣ୍ଡିଆ ସିମେଣ୍ଟର ୭୫ ବର୍ଷ ପୂରଣ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଏହି ଫଟୋ।ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ମଧ୍ୟ ଏଥିରେ ଭାଗ ନେଇଥିଲେ। ଇଣ୍ଡିଆ ସିମେଣ୍ଟର ମାଲିକ ହେଉଛନ୍ତି ଏନ ଶ୍ରୀନିବାସ, ଯିଏକି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କ ଦଳ।
ଧୋନି ଏବଂ ଅମିତ ଶାହାଙ୍କ ଛବି ଏକାଠି ଦେଖି ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି। ୟୁଜର ପଚାରିଛନ୍ତି ମହେନ୍ଦ୍ର ସିଂ ଭାଜପାରେ ଯୋଗଦେବାକୁ ଯାଉଛନ୍ତି କି?
ଏହା ପ୍ରଥମ ଘଟଣା ନୁହେଁ ଯେ ଜଣେ କ୍ରିକେଟର ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ଏହାପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ସୌରଭ ଗାଙ୍ଗୁଲିଙ୍କ ବିଷୟରେ ଏପରି କଳ୍ପନାଜଳ୍ପନା ବହୁ ଥର ଘଟିଥିଲା। ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି କରାଯିବା ପରେ କଳ୍ପନାଜଳ୍ପନା ଆହୁରି ଜୋର ଧରିଥିଲା ହୋଇଥିଲା। ଅମିତ ଶାହାଙ୍କ ସହ ତାଙ୍କର ସାକ୍ଷାତର କିଛି ଚିତ୍ର ମଧ୍ୟ ପ୍ରକାଶ ପାଇଥିଲା। ତେବେ ପରେ ଗାଙ୍ଗୁଲି କୌଣସି ଦଳରେ ଯୋଗ ଦେଇ ନ ଥିଲେ।