ପଟ୍ଟାଙ୍ଗି,୮।୮(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଦେଇ ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଜାମ୍ ହୋଇଛି।
ପଡୋଶୀ ରାଜ୍ୟ ଆନ୍ଧ୍ରର ସାଲୁର ଘାଟି ଜାମ ହୋଇ ଥିବାବେଳେ ଉକ୍ତ ରାସ୍ତା ଦେଇ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିବା ଜଣାପଡ଼ିଛି ।
ସୂଚନାଅନୁଯାୟୀ, ଉକ୍ତ ବ୍ଲକ ଦେଇ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ ନଂ ଜାତୀୟ ରାଜପଥର ସାଲୁର ଘାଟରେ ଏକ ଟ୍ରଲର ନଂ ଏନ୍ଏଲ୍ ୦୧ ଏଏଫ ୮୧୨୨ ବିଶାଖାପାଟଣାରୁ ଏକ ମେଶିନ ଲୋଡ କରି କୋରାପୁଟ ଅଭିମୁଖେ ଆସୁଥିବା ବେଳେ ଉକ୍ତ ଘାଟିର ଏକ ବୁଲାଣିଆ ରାସ୍ତାରେ ଅଟକି ଯାଇଛି । ଉକ୍ତ ଟ୍ରଲରଟି ନା ଆଗକୁ ନା ପଛକୁ ଯାଇପାରୁଛି। ଯାହା ଫଳରେ ଉଭୟ ପାର୍ଶ୍ୱ ଯଥା କୋରାପୁଟରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଅନେକ ଗାଡ଼ି ଅଟକି ରହିଥିବା ବେଳେ ଆନ୍ଧ୍ରରୁ କୋରାପୁଟ ଅଭିମୁଖେ ଆସୁଥିବା ଗାଡ଼ି ଅଟକି ରହିଛି। ଏଯାବତ୍ କୈଣସି ପୋଲିସ ବା ଅଧିକାରୀ ପହଞ୍ଚି ନ ଥିବା ବେଳେ ଛୋଟଛୋଟ ଗାଡ଼ି ଯଥା କାରଗୁଡିକ ବିପଦ ସଙ୍କେତ ଭାବେ ଘଟଣାସ୍ଥଳେ ରାସ୍ତାର ତଳ ଭାଗ ଦେଇ ନିଜନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଦେଖିବାକୁ ମିଳିଛି ।