Categories: ଖେଳ

ଡେବ୍ୟୁ ମ୍ୟାଚ୍‌ରେ ସରଫରାଜଙ୍କ ପରେ ଧ୍ରୁବ୍‌ ଜୁରେଲ ବି ଚମକିଲେ: ଭାରତ ୪୪୫ ଅଲଆଉଟ୍‌

ରାଜକୋଟ,୧୬।୨: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି।
ଭାରତର ପ୍ରଥମ ଇନିଂସ ୪୪୫ ରନରେ ଶେଷ ହୋଇଥିଲା। ଆଜି ଭାରତ ପାଞ୍ଚ ୱିକେଟ ପାଇଁ ୩୨୬ ରନ ଖେଳିବା ଆରମ୍ଭ କରି ବାକି ପାଞ୍ଚ ଉଇକେଟ ହରାଇ ୧୧୯ ରନ ଯୋଡିଥିଲା। ପ୍ରଥମାର୍ଦ୍ଧରେ ଟିମ ଇଣ୍ଡିଆ କୁଲଦୀପ ଯାଦବ (୪) ଏବଂ ରବିନ୍ଦ୍ର ଜାଡେଜା (୧୧୨)ଙ୍କ ଉଇକେଟ ହରାଇଥିଲା। ଏହା ପରେ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟମ ଉଇକେଟ ପାଇଁ ଧ୍ରୁବ୍‌ ଜୁରେଲଙ୍କ ସହ ୭୭ ରନ ଭାଗିଦାରୀ କରିଥିଲେ। ଏହି ସହଭାଗୀତା ରେହାନ ଅହମ୍ମଦ ଭାଙ୍ଗିଯାଇଥିଲା। ସେ ପ୍ରଥମେ ଅଶ୍ୱିନ (୩୭) ଏବଂ ପରେ ଧ୍ରୁବ ଜୁରେଲ (୪୬) କୁ ପାଭିଲିୟନକୁ ପଠାଇଲେ। ଏହା ପରେ ଜସପ୍ରୀତ ବୁମ୍‌ରା ଦଶମ ଉଇକେଟ ପାଇଁ ସିରାଜଙ୍କ ସହ ୩୦ ରନ ଯୋଡିଥିଲେ। ଉଡ୍‌ ବୁମ୍‌ରାଙ୍କୁ ଆଉଟ୍‌ କରି ୪୪୫ ରନ୍‌ରେ ଭାରତୀୟ ଇନିଂସକୁ ଅଲଆଉଟ୍‌ କରିଥିଲେ। ଇଂଲଣ୍ଡ ପାଇଁ ଉଡ୍‌ ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ରେହାନ ଦୁଇଟି ଉଇକେଟ ନେଇଥିଲେ। ଜେମ୍ସ ଆଣ୍ଡରସନ, ଟମ ହାର୍ଟଲେ ଏବଂ ଜୋ ରୁଟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

Share