ଆର୍ଥିକ ସେବା ସହ-ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଧ୍ରୁବ କୁମାର

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ସଞ୍ଚୟ ଏବଂ ଆର୍ଥିକ ସେବା କାର୍ଯ୍ୟାଳୟର ସହ-ନିର୍ଦ୍ଦେଶକ ଭାବେ ସୋମବାର ଧ୍ରୁବ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ରାୟଗଡ଼ା ଜିଲାର ସହ-ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ସେ ଦାୟିତ୍ୱ ନେବା ପରେ କାର୍ଯ୍ୟାଳୟର କର୍ମଚାରୀ ଏବଂ ପୋଷ୍ଟାଲ ଏଜେଣ୍ଟମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି, ସଞ୍ଚୟ ଜମାରାଶିକୁ କିପରି ବୃଦ୍ଧି କରାଯିବ ତାହା ଉପରେ ସ୍ବତନ୍ତ୍ର ଗୁରତ୍ୱ ଦିଆଯିବ, ଏହା ସହିତ ଗଞ୍ଜାମ ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗର ସମସ୍ତ କାର୍ଯ୍ୟଗୁଡ଼ିକ ସୂଚାରୁ ରୂପେ ତୁଲାଇବେ ବୋଲି ସେ କହିଥିଲେ। ଏଠାରେ ପୂର୍ବରୁ ଗଞ୍ଜାମ ଜିଲାର ଦାୟିତ୍ୱ ଥିବା ବିଭାଗ ଉପନିର୍ଦ୍ଦେଶକ ହରି ଚରଣ ମିଶ୍ରଙ୍କଠାରୁ ଶ୍ରୀ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି।