Posted inଖେଳ

କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗରେ ପହଞ୍ଚିଲେ ଧ୍ରୁବ ଜୁରେଲ

ନୂଆଦିଲ୍ଲୀ,୨୮।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ ଧ୍ରୁବ ଜୁରେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଇସିସି ଟେଷ୍ଟ ମାନ୍ୟତାରେ ଧ୍ରୁବ ଏଥିରୁ ଉପକୃତ ହୋଇଛନ୍ତି। ଧ୍ରୁବ ୩୧ଟି ସ୍ଥାନକୁ ଡେଇଁଛନ୍ତି। ସେ ନିଜ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର଼୍ୟାଙ୍କିଙ୍ଗରେ ପହଞ୍ଚିଛନ୍ତି । ର଼୍ୟାଙ୍କିଙ୍ଗରେ ବିରାଟ କୋହଲି କ୍ଷତି ସହିଛନ୍ତି। ସେ ବର୍ତ୍ତମାନ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ଇଂଲଣ୍ଡ ବିପକ୍ଷରେ ଶୁବମନ ଗିଲ ଭଲ ପ୍ରଦର୍ଶନ କରିଥିଲେ। ସେ ୪ଟି ସ୍ଥାନ ହାସଲ କରିଛନ୍ତି।
ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟରେ ଧ୍ରୁଭ ଭଲ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଇନିଂସରେ ୧୪୯ ବଲ ସମ୍ମୁଖୀନ ହୋଇ ୯୦ ରନ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ଧ୍ରୁବ ୬ ଟି ଚୌକା ଓ ୪ ଛକା ମାରିଥିଲେ। ଦ୍ୱିତୀୟ ଇନିଂସରେ ୭୭ ବଲ ସମ୍ମୁଖୀନ ହୋଇ ସେ ଅପରାଜିତ ୩୯ ରନ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୨ଟି ଚୌକା ମାରିଥିଲେ। ର଼୍ୟାଙ୍କିଙ୍ଗରେ ଧ୍ରୁବ ଏଥିରୁ ଉପକୃତ ହୋଇଛନ୍ତି। ସେ ୩୧ଟି ସ୍ଥାନକୁ ଡେଇଁଛନ୍ତି। ଟେଷ୍ଟ ର଼୍ୟାଙ୍କିଙ୍ଗରେ ଧ୍ରୁବ ଜୁରେଲ ୬୯ ତମ ସ୍ଥାନରେ ପହଞ୍ଚିଛନ୍ତି।
ତେବେ ବିରାଟ କୋହଲି ୨ ସ୍ଥାନ ହରାଇଛନ୍ତି। ସେ ୯ ନମ୍ବରରେ ଆସିଛନ୍ତି। ଯଶସ୍ବୀ ଜୟସ୍ବାଲ ୩ ସ୍ଥାନ ହାସଲ କରିଛନ୍ତି। ସେ ୧୨ ନମ୍ବରରେ ପହଞ୍ଚିଛନ୍ତି। ରୋହିତ ଶର୍ମା ଗୋଟିଏ ସ୍ଥାନ ହରାଇ ୧୩ତମ ସ୍ଥାନକୁ ଖସି ଆସିଛନ୍ତି। ଶୁବମନ ୪ଟି ସ୍ଥାନ ହାସଲ କରିଛନ୍ତି। ସେ ୩୧ତମ ସ୍ଥାନରେ ଅଛନ୍ତି। ଟେଷ୍ଟ ମାନ୍ୟତାରେ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ବର୍ତ୍ତମାନ ଶୀର୍ଷରେ ଅଛନ୍ତି। ଅଷ୍ଟ୍ରେଲୀୟ ଖେଳାଳି ଷ୍ଟିଭ ସ୍ମିଥ ଦ୍ୱିତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri