ଆମେରିକାର ଧ୍ରୁବୀ ପଟେଲ ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌

ଓ୍ବାଶିଂଟନ,୨୧ା୯: ଆମେରିକାର କମ୍ପ୍ୟୁଟର ଇନ୍‌ଫର୍ମେଶନ ସିଷ୍ଟମ୍‌ ଛାତ୍ରୀ ଧ୍ରୁବୀ ପଟେଲଙ୍କୁ ଚଳିତ ବର୍ଷର ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌ ବିଜେତା ଘୋଷଣା କରାଯାଇଛି। ଧ୍ରୁବୀ ବଲିଉଡ୍‌ ଅଭିନେତ୍ରୀ ହେବା ସହ ୟୁନିସେଫ୍‌ ଆମ୍ବାସାଡର ହେବାକୁ ଲକ୍ଷ୍ୟ ରଖିଛନ୍ତି। ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍‌ାଇଡ୍‌ ଜିତିବା ଏକ ଅବିଶ୍ୱସନୀୟ ସମ୍ମାନ। ଏହା ମୁକୁଟଠାରୁ ମଧ୍ୟ ବହୁ ଅଧିକ। ଏହା ମୋର ଐତିହ୍ୟ, ମୂଲ୍ୟବୋଧର ପ୍ରତିନିଧିତ୍ୱ କରିବା ସହ ବିଶ୍ୱସ୍ତରରେ ଅନ୍ୟମାନଙ୍କୁ ପ୍ରେରଣା ଦେବାର ସୁଯୋଗ ବୋଲି ଧ୍ରୁବୀ ନ୍ୟୁଜର୍ସିର ଏଡିସନ୍‌ଠାରେ ମୁକୁଟ ଜିତିବା ପରେ ଗଣମାଧ୍ୟମକୁ କହିଛନ୍ତି। ଏହି ପ୍ରତିଯୋଗିତାରେ ସୁରିନାମ୍‌ର ଲିସା ଆବ୍‌ଡୋଲହକ୍‌ ପ୍ରଥମ ରନର-ଅପ୍‌ ହୋଇଥିବାବେଳେ ନେଦରଲାଣ୍ଡସ୍‌ର ମାଳବିକା ଶର୍ମା ଦ୍ୱିତୀୟ ରନର୍‌-ଅପ୍‌ ହୋଇଛନ୍ତି। ମିସେସ୍‌ ବର୍ଗରେ ତ୍ରିନିଦାଦ ଏବଂ ଟବାଗୋର ସୁ ଆନ୍‌ ମୌଟ୍ଟେଟ୍‌ ବିଜେତା ହୋଇଥିବାବେଳ ସ୍ନେହ ନାମ୍ବିଆର ପ୍ରଥମ ଏବଂ ପଓ୍ବନଦୀପ୍‌ କୌର ଦ୍ୱିତୀୟ ରନର-ଅପ୍‌ ହୋଇଛନ୍ତି। ନାବାଳିକା ବର୍ଗରେ ଗୁଆଡେଲୁପ୍‌ର ସିିଏରା ସୁରେଟ୍‌ ମିସ୍‌ ଟିନ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌ ମୁକୁଟ ପିନ୍ଧିଥିବାବେଳେ ନେଦରଲାଣ୍ଡସ୍‌ର ଶ୍ରେୟା ସିଂ ଏବଂ ସୁରିନାମ୍‌ର ଶ୍ରଦ୍ଧା ଟେଡ୍‌ଜୋ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ରନର-ଅପ୍‌ ହୋଇଛନ୍ତି। ନ୍ୟୁୟର୍କର ଇଣ୍ଡିଆ ଫେଷ୍ଟିଭାଲ କମିଟି ଏହି ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ କରିଥାଏ। ଭାରତୀୟ ଆମେରିକୀୟ ନୀଲମ ଏବଂ ଧର୍ମାତ୍ମା ଶରନ କମିଟିର ମୁଖ୍ୟ ରହିଛନ୍ତି।

Share