ଧୁରୁଷିଆ-ରମ୍ପାବନ୍ଧରେ ୨୦ ଫୁଟର ଘାଇ, ଦେଢ଼ ହଜାର ହେକ୍ଟର ଚାଷଜମିରେ ପଶିଲା ବନ୍ୟାଜଳ

ଖୁଣ୍ଟୁଣୀ,୩ା୮(ସଚ୍ଚିଦାନନ୍ଦ ପଣ୍ଡା): ୩୬ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁ ସାପୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ କଟକ ଜିଲାର ଆଠଗଡ଼ର ଧୁରୁଷିଆଠାରେ ରମ୍ପାବନ୍ଧରେ ୨୦ ଫୁଟର ଘାଇ ହୋଇ ବନ୍ୟାଜଳ ମାଡିଯିବାରୁ ଧୁରୁଷିଆ,କଖଡ଼ି, ମଞ୍ଚେଶ୍ୱର, ଅନନ୍ତପୁର ଓ ଘଣ୍ଟିଖାଲ ପଞ୍ଚାୟତର ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଅପରପକ୍ଷେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ପଞ୍ଚାୟତ ନିଧିପୂରଗଡ଼ା ଓ ମହାକାଳବସ୍ତ ପଞ୍ଚାୟତର ଦହିସରା ରାସ୍ତାରେ ଢ଼ାଉରଙ୍ଗ ଗଡ଼ାଠାରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେବା ଫଳରେ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଆଠଗଡ଼ରୁ କଟକ ପର୍ଯ୍ୟନ୍ତ ଏକରକମ ଯାନବାହନ ଚଳାଚଳ କରୁ ନ ଥିବାର ଜଣାପଡିଛି। ଧୁରୁଷିଆର ପଞ୍ଚାୟତର ରମ୍ପାବନ୍ଧ ଘାଇ ଯୋଗୁ ଧୁରୁଷିଆର ଜେନାପୁର, ଗଜାଆମ୍ବ, କେଉଟପଡ଼ା, ଧୁରୁଷିଆ, ଘଣ୍ଟିଖାଲର ପଞ୍ଚାୟତର ନିଧିପୂର, ମଞ୍ଚେଶ୍ୱର ପଞ୍ଚାୟତର ନାରଙ୍ଗବାସ୍ତ, ବିଷ୍ଣୁପୁର, ଗୋପାଳପ୍ରସାଦ, ବ୍ରାହ୍ମଣବସ୍ତ, କଖଡ଼ି ପଞ୍ଚାୟତର ଗୋପୀନାଥପଡ଼ା ଓ ଅନନ୍ତପୁର ପଞ୍ଚାୟତର କେତେକ ଅଞ୍ଚଳର ପ୍ରାୟ ଦେଢ଼ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଧାନରୁଆ ଜମିରେ ବାଲିଚର ସାଙ୍ଗକୁ ପାଣି ବୁଡ଼ିରହିଛି। ରମ୍ପାବନ୍ଧ ଘାଇ ଏକ ମନୁଷ୍ୟକୃତ। କାରଣ ସ୍ବର୍ଗତଃ ରାଧାନାଥ ରଥଙ୍କ ଅମଳରୁ ଏହି ଘାଇ ପ୍ରତିବର୍ଷ ସୃଷ୍ଟି ହୋଇ ନଦୀକୂଳ ଅଞ୍ଚଳବାସୀଙ୍କର ବ୍ୟାପକ କ୍ଷୟକ୍ଷତି କରି ଆସୁଛି। ଗତବର୍ଷ ମଧ୍ୟ ଏଥିରେ ଘାଇ ହୋଇ ବ୍ୟାପକ ଧାନଜମି ନଷ୍ଟ ହୋଇଥିଲା। ହେଲେ ବିଭାଗୀୟ ଅଧିକାରୀ ଏହି ବନ୍ଧକୁ ମରାମତି ନ କରିବା ଫଳରେ ଚଳିତବର୍ଷ ଏହା ୧୦ରୁ ୨୦ ଫୁଟକୁ ବୃଦ୍ଧିପାଇଛି ବୋଲି ଧୁରୁଷିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀକର ଜେନା କହିଛନ୍ତି। ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଘଟଣାସ୍ଥଳରେ ଆଠଗଡ଼ ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇ ବନ୍ୟାଞ୍ଚଳକୁ ବୁଲି ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେବା ସହ ଆତଙ୍କିତ ନ ହେବାକୁ କହିଛନ୍ତି। ରିପୋର୍ଟ ଲେଖାହେବା ବେଳକୁ ମହାନଦୀର ମୁଣ୍ଡଳୀଠାରେ ଦିନ ୨ଟା ସୁଦ୍ଧା ସୁଦ୍ଧା ୯ ଲକ୍ଷ ୨୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ମୁଣ୍ଡଳୀ ବ୍ୟାରେଜ ଡିଭିଜନ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ଦାସ କହିଛନ୍ତି। ଯଦି ଆଗକୁ ଉପର ମୁଣ୍ଡରେ ବର୍ଷା ହୁଏ ଏବଂ ହୀରାକୁଦ ଗେଟ୍‌ ଖୋଲିଲେ ତେବେ ଆଠଗଡ଼ରେ ଦିନେ ଦୁଇଦିନ ମଧ୍ୟରେ ମଧ୍ୟମ ଧରଣର ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ ଖାଲରୁ ବୃଦ୍ଧଙ୍କ ମୃତଦେହ ମିଳିବା ଘଟଣା: ଧକ୍କା ଦେଇଥିବା ଟ୍ରକ ଜବତ ଚାଳକ ….

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ମୃତଦେହ ଶୁକ୍ରବାର ରାସ୍ତାକଡ ଖାଲରୁ ମିଳିଥିଲା। ଦୁର୍ଘଟଣାରେ...

ସିଡିଓଙ୍କ ସମୀକ୍ଷା: ଯୋଗ୍ୟ ହିତାଧିକାରୀ ପିଏମଏୱାଇରୁ ବାଦ ପଡିିଲେ କାର୍ଯ୍ୟନୁଷ୍ଠାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରିଣୀ ( ସିଡିଓ) ମଧୁସ୍ମିତା ସୋମବାର ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

ଟାଇକୋଣ୍ଡା ଏକାଡେମୀର ବାର୍ଷିକ ଉତ୍ସବ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗର ଆର୍‌.ଏମ.ସି. ସଭାକକ୍ଷରେ ଭଞ୍ଜନଗର ଟାଇକୋଣ୍ଡା ଏକା କଲର ବେଲ୍ଟ ଟେଷ୍ଟ ଓ ୫ମ ବାର୍ଷିକ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ...

ଆହତ ହେଲପରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ବିଦ୍ୟୁତ ସଂଘ ପକ୍ଷରୁ କ୍ଷତିପୂରଣ ଦାବି

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଟାଟା ପାୱାର ବିଦ୍ୟୁତ ସେକ୍ସନ ରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ଥିବା ହେଲପର ବଳରାମ ସାହୁ ଗତ ୧୧ ତାରିଖରେ...

ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର...

କେନାଲରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ: ପୋଲିସ ତଦନ୍ତ ଜାରି

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ – ଭେଡେନ କେନାଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ବରଗଡ଼ ସହରର ସୁବାସ ନଗର...

ଦେଶୀମଦ ଜବତ: ଜେଲ୍‌ ଗଲେ ପୂର୍ବତନ ସମିତି ସଭ୍ୟ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ମଲ୍ଲିକଙ୍କୁ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର...

ସ୍କୁଟି ଧକ୍କାରେ ଚାଲିଗଲା ସାଇକେଲ ଚାଳକଙ୍କ ଜୀବନ

ବଡ଼ଗାଁ,୨୧ା୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମାଟିଆ ଗାଁ ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image