Posted inଖେଳ

ହିଟ୍‌ଲର୍‌ଙ୍କ ଅଫ୍‌ରକୁ ପ୍ରତ୍ୟାଖ୍ୟାନ କରିଥିଲେ ଧ୍ୟାନଚାନ୍ଦ: ଜାଣନ୍ତୁ କ’ଣ ଥିଲା ସେହି ଅଫର୍‌

ନୂଆଦିଲ୍ଲୀ,୨୫।୭: ଭାରତୀୟ ହକି କିମ୍ବଦନ୍ତୀ ତଥା ଯାଦୁଗର ମେଜର ଧ୍ୟାନଚାନ୍ଦ ଅଲିମ୍ପିକ୍ସରେ ଭାରତ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ ଅବଦାନ ରହିଛି।
ଧ୍ୟାନଚାନ୍ଦ ୧୬ ବର୍ଷ ବୟସରେ ଜଣେ ସୈନିକ ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଏହା ସହିତ ସେ ହକି ଖେଳିବା ଆରମ୍ଭ କଲେ। ସେ ରାତିରେ ହକି ଅଭ୍ୟାସ କରୁଥିଲେ। ଏହି କାରଣରୁ ତାଙ୍କୁ ଚାନ୍ଦ କୁହାଯାଉଥିଲା ଏବଂ ପରେ ତାଙ୍କ ନାମ ଧ୍ୟାନଚାନ୍ଦ ହୋଇଗଲା। ୧୯୨୨ ରୁ ୧୯୨୬ ପର୍ଯ୍ୟନ୍ତ ସେନାର ରେଜିମେଣ୍ଟାଲ ମ୍ୟାଚ ଖେଳିବାବେଳେ ଧ୍ୟାନଚାନ୍ଦ ସମସ୍ତଙ୍କ ଆକର୍ଷିତ କରିଥିଲେ।
ଏହି ପ୍ରଦର୍ଶନ ପରେ ଧ୍ୟାନଚାନ୍ଦ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ସେନା ଦଳରେ ମନୋନୀତ ହୋଇଥିଲେ। ନ୍ୟୁଜିଲାଣ୍ଡ ଗସ୍ତରେ ଦଳ ବହୁତ ଭଲ ପ୍ରଦର୍ଶନ କରିଥିଲା। ଭାରତର ସେନା ଦଳ ୧୮ଟି ମ୍ୟାଚ ଜିତିଥିଲା, ୨ ଡ୍ର ରହିଥିଲା ଏବଂ କେବଳ ଗୋଟିଏ ମ୍ୟାଚ ହାରିଥିଲା। ଏହି ଗସ୍ତ ପରେ ଧ୍ୟାନଚାନ୍ଦ ଅଧିକ ପରିଚୟ ପାଇଲେ। ଏହିପରି ଧୀରେ ଧୀରେ ତାଙ୍କର ଯାତ୍ରା ଆଗକୁ ବଢିବାକୁ ଲାଗିଲା
୧୯୩୬ ଅଲିମ୍ପିକ୍ସରେ ହକି ଫାଇନାଲରେ ଭାରତ ଜର୍ମାନୀକୁ ୮-୧ରେ ପରାସ୍ତ କରିଥିଲା। ଜର୍ମାନୀର ଏହି ପରାଜୟକୁ ହିଟଲର ସହ୍ୟ କରି ନ ଥିଲେ ଏବଂ ସେ ଷ୍ଟାଡିୟମ ଛାଡି ପଳାଇଥିଲେ। ମ୍ୟାଚରେ କେବଳ ଧ୍ୟାନଚାନ୍ଦ ୩ଟି ଗୋଲ ସ୍କୋର କରିଥିଲେ। ଧ୍ୟାନଚାନ୍ଦଙ୍କ ଚମତ୍କାର ପ୍ରଦର୍ଶନ ଦେଖି ହିଟଲର ମ୍ୟାଚ ପରେ ତାଙ୍କୁ ପଚାରିଥିଲେ ଯେ ହକି ବ୍ୟତୀତ ତୁମେ କ’ଣ କର? ଧ୍ୟାନଚାନ୍ଦ କହିଛନ୍ତି, ମୁଁ ଜଣେ ଭାରତୀୟ ସୈନିକ। ଏହା ପରେ ହିଟଲର ତାଙ୍କୁ ଜର୍ମାନ ସେନାରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ। ଧ୍ୟାନଚାନ୍ଦ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ମେଜର ଧ୍ୟାନଚାନ୍ଦ ୧୯୨୮, ୧୯୩୨ ଏବଂ ୧୯୩୬ରେ ଭାରତ ପାଇଁ ଅଲିମ୍ପିକ୍ସ ଖେଳିଥିଲେ। ଏଥିରେ ଭାରତ ତିନିଥର ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲା। ଅଗଷ୍ଟ ୨୯ ମେଜର ଧାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀ ଭାରତରେ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ। ଏଥି ସହିତ କ୍ରୀଡା କ୍ଷେତ୍ରରେ ତାଙ୍କ ନାମରେ ଏକ ପୁରସ୍କାର ମଧ୍ୟ ଦିଆଯାଏ, ଯାହାକୁ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର’ କୁହାଯାଏ। ଏହାପୂର୍ବରୁ ଏହି ଖେଳ ରତ୍ନ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ ଭାବରେ ଜଣାଶୁଣା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri