୩ ଲକ୍ଷ ଟଙ୍କାର ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ ଦିୟା

ମୁମ୍ବାଇ: ବଲିଉଡ୍ ନାୟିକା ଦିୟା ମିର୍ଜା ବଡ ପରଦାରୁ ଦୂରେଇ ଯାଇଥିଲେ ବି ତାଙ୍କ ଗ୍ଲାମର ଓ ଫ୍ୟାଶନ ଏବେବି ରୁହେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ନିକଟରେ ଏକ ଫଟୋ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ଉକ୍ତ ଫଟୋରେ ସେ ତାଙ୍କ ଏଥେନିକ ଫ୍ୟାଶନ ଦେଖାଇଛନ୍ତି । ଆଉ ଏହାକୁ ଲୋକେ ବେଶ ପସନ୍ଦ କରିଛନ୍ତି । ସେ ଏଥର ରେଡ କଲର ସିଲ୍କ ଲେହେଙ୍ଗା ସହ ରେଡ କଲର ବ୍ଲାଉଜରେ ଏହାକୁ କମ୍ପ୍ଲିଟ କରିଛନ୍ତି । ଏହାସହ ଝୁମକା, ନେକଲେସ ଓ ବ୍ରେସଲେଟରେ ସେ ଖୁବ୍ ସୁନ୍ଦର ଲାଗୁଛନ୍ତି । ତେବେ ଅନିତା ଡୋଙ୍ଗରେ ବ୍ରାଣ୍ଡର ଲେହେଙ୍ଗା ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ । କାରଣ ଏହାର ଦାମ ଲକ୍ଷେରୁ ଅଧିକ । ଡିଜାଇନର ୱେବସାଇଟର ସୂଚନା ଅନୁଯାୟୀ ଦିୟା ପିନ୍ଧିଥିବା ଲେହେଙ୍ଗାର ଦାମ ୩ଲକ୍ଷ ୪ ହଜାର ଟଙ୍କା ବୋଲି ଜଣାପଡିଛି । ସେଥିପାଇଁ ଏବେ ଏହା ଚର୍ଚ୍ଚାକୁ ଆସିଛି ।

Share