ମୁମ୍ବାଇ,୧୪।୭: ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା ମା’ ହୋଇଛନ୍ତି। ସମୟ ପୂର୍ବରୁ ସେ ମେ‘ ୧୪ରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ଶିଶୁଟି ଦୁର୍ବଳ ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଏବେ ସେ ସୁସ୍ଥ ହେବା ପରେ ଦିୟା ଏବଂ ସ୍ବାମୀ ବୈଭବ ରେଖି ଶିଶୁପୁତ୍ରର ଫଟୋ ଇନଷ୍ଟାଗ୍ରାମ୍ରେ ଅପଲୋଡ୍ କରିଛନ୍ତି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗର୍ଭବସ୍ଥାରେ ବ୍ୟାକ୍ଟେରିଆଲ୍ ଇନଫେକଶନ୍ ଯୋଗୁ ସମୟ ପୂର୍ବରୁ ସି-ସେକଶନ୍ ଦ୍ୱାରା ଦିୟାଙ୍କର ଡେଲିଭରୀ କରାଯାଇଥିଲା। ପୁଅର ନାମ ଅଭୟନ ଆଜାଦ୍ ରେଖି ରଖାଯାଇଥିବା ଦିୟା ସୂଚନା ଦେଇଛନ୍ତି। ଅଭୟନ ଜନ୍ମ ହେବାର ୨ମାସ ପରେ ଦିୟା ସୋସିଆଲ୍ ମିଡ଼ିଆରେ ନିଜର ଭାବନାକୁ ପ୍ରଶଂସକଙ୍କ ସହିତ ଶେୟାର କରିବା ସହିତ ନିଜର ଖୁସି ଜଣାଇଛନ୍ତି। ୨୦୨୧ ଫେବୃୟାରୀ ୧୫ରେ ବୈଭବ ଏବଂ ଦିୟାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।